ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ଅନୁଭବୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ ବିବାଦରେ ଫସିଛନ୍ତି । ଯଦି ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ତେବେ ସେ ଦଣ୍ଡିତ ମଧ୍ୟ ହୋଇ ପାରନ୍ତି । ସୋସିଆଲ ମିଡିଆରେ ଚହଲ ଇ-ସିଗାରେଟ ପିଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ଏହାକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏପ୍ରିଲ ୨୮ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ମଧ୍ୟ ଇ-ସିଗାରେଟ ପାନ କରିବା ନେଇ ଦଣ୍ଡିତ ହୋଇଛନ୍ତି ।
ଫ୍ଲାଇଟରେ ଇ-ସିଗାରେଟ ପାନ କରିବା ଉପରେ କଟକଣା ଲାଗିଛି । ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ଚହଲଙ୍କ ନାମ ନୋ ଫ୍ଲାଇଟ ଲିଷ୍ଟରେ ରଖାଯିବ । ଏଥିଯୋଗୁ ସେ କିଛି ଦିନ ବିମାନ ଯାତ୍ରା ମଧ୍ୟ କରିପାରିବେ ନାହିଁ । ଆଇପିଏଲ ୨୦୨୬ ପୂର୍ବରୁ ଚହଲ କହିଥିଲେ ମୁଁ ମଦ ଛାଡି ଦେଇଛି । କ୍ରିକେଟ ପ୍ରତି ସମ୍ପୂର୍ଣ୍ଣ ଯୋଗଦାନ ଦେବା ସହ ଯୁବପିଢ଼ୀ ପାଇଁ ଆଦର୍ଶ ସାଜିବି । ସୂଚନାଯୋଗ୍ୟ, ଏହା ପୂର୍ବରୁ କାର ଚଳାଉଥିବା ବେଳେ ଚହଲ ସିଗାରେଟ ପିଉଥିବା ଭିଡିଓ ଭାଇରାଲ ହୋଇଥିଲା ।