Latest Odisha News

BREAKING NEWS

ପୁଣି ୨ରୁ ୪ ପଇସା ବଢ଼ିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ବସ୍ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ଭଡା ଅନୁଯାୟୀ, ଏବେ ବସ୍ ଭଡା ୨ରୁ ୪ ପଇସା ପର‌୍ୟ୍ୟନ୍ତ ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍‌ର ଭଡା ୭୩ ରୁ ୭୫ ପଇସାକୁ ବୃଦ୍ଧି କରାଯାଇଛି ।

ସେପଟେ ଡିଲକ୍ସ ବସ୍ ଭଡା ମଧ୍ୟ ବୃଦ୍ଧି କରାଯାଇଛି । ଡିଲକ୍ସ ବସ୍ ଭଡା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି କରାଯାଇଛି । ଏନେଇ ଘରୋଇ ବସ୍ ମାଲିକ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.