Latest Odisha News

BREAKING NEWS

ଦୁଇ ବର୍ଷ ବଢିଲା ଆଇଏଏସ୍ ଉଷା ପାଢୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି

ଭୁବନେଶ୍ୱର : ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ଉଷା ପାଢୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ବୁଧବାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶ୍ରୀମତି ପାଢୀଙ୍କର ବର୍ତ୍ତମାନର କେନ୍ଦ୍ରୀୟ ଡେପୁଟେସନ ଅବଧି ୧୬ ଜୁଲାଇ ୨୦୨୦ ରେ ଶେଷ ହେଉଥିବା ବେଳେ ଏହାକୁ ଅଧିକ ଦୁଇ ବର୍ଷ ବଢାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀମତି ପାଢୀ ନିଜ କାର୍ଯ୍ୟକାଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ବିଶେଷ କରି ଝାରସୁଗୁଡା ଭଳି ଦେଶର ଅନେକ ଛୋଟ ଛୋଟ ସହରକୁ ଉଡାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରି ବେଶ୍ ପ୍ରଶଂସିତ ହୋଇଛନ୍ତି ।

Leave A Reply

Your email address will not be published.