Latest Odisha News

କ୍ରିକେଟ ଖେଳିଛନ୍ତି କରୋନା ପଜିଟିଭ

ବଲାଙ୍ଗିର: କେସ୍ ନମ୍ବର-୧୪୭ଙ୍କ ଆସିଲା ଗସ୍ତ ବିବରଣୀ । ବଲାଙ୍ଗିର ଲେଖିରିଆର ଏହି ୧୮ ବର୍ଷୀୟ ଆକ୍ରାନ୍ତ ଯୁବକଙ୍କ ବାବଦରେ ତଥ୍ୟ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୧୬ ମାର୍ଚ୍ଚ ରାତିରେ ତାମିଲନାଡୁର ତିରିପୁରରୁ ବଲାଙ୍ଗିର ଆସିଥିଲେ ଆକ୍ରାନ୍ତ ଜଣକ । ୧୭ ମାର୍ଚ୍ଚରେ ଅନ୍ୟ ୪ ଜଣଙ୍କ ସହ ମିଶି ଗାଡି ଭଡା କରି ଗାଁକୁ ଯାଇଥିଲେ । ଏହାପରେ ୧୮ ମାର୍ଚ୍ଚରୁ ୫ ଏପ୍ରିଲ ଯାଏଁ ସଂଗରୋଧରେ ରହିଥିଲେ । ତେବେ ୬ ଏପ୍ରିଲରୁ ୩୦ ଏପ୍ରିଲ ମଧ୍ୟରେ ସଙ୍ଗରୋଧରେ ଥାଇ ଆକ୍ରାନ୍ତ ଯୁବକ ବାରମ୍ବାର ସାଙ୍ଗସାଥୀଙ୍କ ସହ କ୍ରିକେଟ ଖେଳିଥିଲେ।

ଏପରିକି ସେଲୁନ ଯାଇ ଚୁଟି ମଧ୍ୟ କାଟିଥିଲେ । ମେ’୧ ତାରିଖରେ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ସେହି ଦିନ ହିଁ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ପୂର୍ବରୁ ନଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ବର୍ତ୍ତମାନ ଆକ୍ରାନ୍ତ ଜଣଙ୍କୁ ବଲାଙ୍ଗିର କୋଭିଡ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.