Latest Odisha News

BREAKING NEWS

କୋରାପୁଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱରେ: କରୋନା ପଞ୍ଝାରେ କୋରାପୁଟର ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ସହ କରୋନା ମାନଚିତ୍ରରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା। ଏଥିସହ ଦକ୍ଷିଣ ଓଡ଼ିଶାରେ ପାଦ ରଖିଛି କୋଭିଡ୍ ୧୯ ଭାଇରସ୍ । କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକର ଏହି ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି ସ୍ୱାସ୍ଥ୍ୟକର୍ମୀଙ୍କ କୋଲକାତା ଲିଙ୍କ ରହିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେ କୋଲକାତାରୁ ଫେରିବା ପରେ ୧୪ ଏପ୍ରିଲରେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ତେବେ ସେ କୋଲକାତାରୁ ଫେରିଥିବାରୁ ତାଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖାଯାଇଥିଲା । ତାଙ୍କ ନମୂନା ପରିକ୍ଷା କରାଯାଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

Leave A Reply

Your email address will not be published.