Latest Odisha News

BREAKING NEWS

ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ଏନେଇ ଆଦେଶ ପତ୍ର ଜାରି କରିଛନ୍ତି ରାଜ୍ୟ ସରକାର ।

ସୂଚନା ଯୋଗ୍ୟ ଯେ, ଗତ ଡିସେମ୍ବର ୩୦ ତାରିଖରେ ଉଦ୍ୟାନକୃଷିର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଥିଲା । ଲାଂଚ ନେବା ଓ ଅନୈତିକ ଉପାୟରେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କ ନାଁରେ ଫୌଜଦାରୀ ମାମଲା ଦାୟର କରିଥିଲା ଭିଜିଲାନ୍ସ । ଏହାପରେ ସରକାର ତାଙ୍କୁ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.