Latest Odisha News

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଦେହାନ୍ତ । ୬୩ ବର୍ଷ ବୟସରେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଅନେକ ମଞ୍ଚ ନାଟକ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଜ୍ୟୋତ୍ସ୍ନା ଦାସ । “ସମୟ”, “ଅଭିମାନ”, “ସତୀ ଅନସୂୟା”, “ଉପେଦ୍ର ଭଞ୍ଜ”, “ଫଟା କପାଳ” ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ ।

ମଞ୍ଚ ଅଭିନେତ୍ରୀ ଭାବେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲାରେ ରାଜ୍ୟସ୍ତରୀୟ ନାଟକ ସମାରୋହରେ ଅଭିନୟର ଯାଦୁ ଦେଖାଇଥିଲେ ଜ୍ୟୋତ୍ସ୍ନା ଦାସ ।

ବ୍ରହ୍ମପୁର ନିବାସୀ ଜ୍ୟୋତ୍ସ୍ନା ଦାସ ସେଣ୍ଟ ଭିନସେଣ୍ଟସ କନଭେଣ୍ଟ ସ୍କୁଲରେ ଶିକ୍ଷକତା କରିଥିଲେ । କିଛି ବର୍ଷ ପୂର୍ବେ ସେ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.