Latest Odisha News

BREAKING NEWS

ସଚିନ-ଗାଙ୍ଗୁଲି-ଦ୍ରାବିଡ କାହିଁକି ଖେଳି ନଥିଲେ ୨୦୦୭ ଟି-୨୦ ଓ୍ୱାର୍ଲଡ କପ୍ ?

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପାଓ୍ୱାର ହାଉସ୍ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ । ୨୦୦୭ ଟି-୨୦ ବିଶ୍ୱକପ ଟିମର ସଦସ୍ୟ ନଥିଲେ । ତଥାପି ଯୁବ କ୍ରିକେଟରଙ୍କୁ ନେଇ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ନିଜ ନାଁରେ କରାଇଥିଲା । କାହିଁକି ଟିମ୍ ଇଣ୍ଡିଆର ତତ୍କାଳୀନ ତ୍ରିମୂର୍ତ୍ତି ଖେଳି ନଥିଲେ ? ଏହି ରହସ୍ୟ ଉପକୁ ଏବେ ପରଦା ହଟାଇଛନ୍ତି ୨୦୦୭ ବିଶ୍ୱକପ୍ ଟିମ୍ ମ୍ୟାନେଜର ଲାଲଚାନ୍ଦ ରାଜପୁତ ।

ସ୍ପୋର୍ଟସ କିଡା କ୍ରିକେଟ ଫେସବୁକ ପେଜରେ ଲାଇଭ ଚାର୍ଟ ବେଳେ ଏହା ପଛର ରହସ୍ୟ ବଖାଣିଛନ୍ତି ଲାଲଚାନ୍ଦ । ସେ କହିଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ଟିମ୍ ଇଣ୍ଡିଆ ପ୍ରଥମ ଥର ପାକିସ୍ତାନ ବିରୋଧରେ ଟି-୨୦ ବିଶ୍ୱକପ ଜିତିଲା । ଲାଲଚାନ୍ଦ କହିଛନ୍ତି, ତତ୍କାଳୀନ ଅଧିନାୟକ ରାହୁଲ ଦ୍ରାବିଡ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ପାଇଁ ସଚିନ ଓ ଗାଙ୍ଗୁଲିଙ୍କୁ ମନାଇଥିଲେ ।

ସେତେବେଳେ ଇଂଲଣ୍ଡ ଗସ୍ତରୁ ଭାରତୀୟ ଖେଳାଳି ସିଧାସଳଖ ଜୋହନ୍ସବର୍ଗରେ ପହଞ୍ଚିଥିଲେ । ଏଥିପାଇଁ ଦ୍ରାବିଡ ନୂଆ କ୍ରିକେଟରଙ୍କୁ ସୁଯୋଗ ଦେବା ପାଇଁ କହିଥିଲେ । ବିଶ୍ୱବିଜୟୀ ଟିମରେ ସ୍ଥାନ ପାଇଥିଲେ ରୋହିତ ଶର୍ମା, ରବିନ ଉଥାପ୍ପା, ୟୁସୁଫ ଫଠାନ, ଯୋଗୀନ୍ଦର ଶର୍ମାଙ୍କ ଭଳି ଉଦୀୟମାନ କ୍ରିକେଟର । ଶେଷରେ ଭାରତ ଚାମ୍ପିଅନ୍ ହୋଇଥିଲା ।

ଲାଲଚାନ୍ଦ ରାଜପୁତ କହିଛନ୍ତି ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହେବା ପରେ ପଶ୍ଚାତାପ କରିଥିଲେ ସଚିନ । ତାଙ୍କୁ କହୁଥିଲେ, ଏତେବର୍ଷ ଖେଳିଥିଲେ ବି ସେ କେବେ ବିଶ୍ୱବିଜୟୀ ହୋଇ ପାରିଲେ ନାହିଁ । ୨୦୦୭ ଦିନିକିଆ ବିଶ୍ୱକପରେ ଲିଗ ପର‌୍ୟ୍ୟାୟରୁ ବିଦା ହୋଇଥିଲା ଭାରତ । କିନ୍ତୁ ୨୦୧୧ ବିଶ୍ୱକପ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏହାପରେ କ୍ରିକେଟକୁ ବାଏ ବାଏ କହିଥିଲେ ସଚିନ୍ ।

” Minutes after Misbah-ul Haq scooped a Joginder Sharma delivery to Sreesanth at fine leg, India celebrate their five-run victory in the inaugural Twenty20 World Cup final in Johannesburg on Monday. AP photo” *** Local Caption *** “Indian cricket players celebrate after beating Pakistan during the final Twenty20 World Championship Cricket match between India and Pakistan in Johannesburg, South Africa, Monday, Sept. 24, 2007. (AP Photo/Aman Sharma)”
Leave A Reply

Your email address will not be published.