Latest Odisha News

BREAKING NEWS

ମଙ୍ଗଳବାର ଠାରୁ ଲାଗୁହେବ ନୂଆ ବ୍ୟାଙ୍କିଂ ସମୟ; ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଗ୍ରାହକ ପାଇବେ ସେବା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ନୂଆ ବ୍ୟାଙ୍କିଂ ସମୟ ନିର୍ଘଣ୍ଟ । ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକରେ ଏବେ ସକାଳ ୧୦ରୁ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହେବ ଏବଂ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଉପଭୋକ୍ତାମାନେ ସେବା ପାଇପାରିବେ ।

ଏସମ୍ପର୍କରେ ସୂଚନା ପ୍ରଦାନ କରି ୟୁକୋ ବ୍ୟାଙ୍କର ଚେୟାରମ୍ୟାନ ଅତୁଲ କୁମାର ଗୋୟଲ ଗଣମାଧ୍ୟମରେ କହିଛନ୍ତି ଯେ, ବିଭିନ୍ନ ଘରୋଇ ବ୍ୟାଙ୍କଗୁଡ଼ିକର ସେବା ଅବଧିରେ ଭିନ୍ନତା ଏବଂ ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୧୫୬ତମ ଆନ୍ତଃରାଜ୍ୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)ରେ ନିଷ୍ପତ୍ତି ଗ୍ରହଣ କରାଯାଇ ଉପଭୋକ୍ତାଙ୍କ ଲାଗି ଏହି ବ୍ୟାଙ୍କ ସେବା ସମୟ ସ୍ଥିର କରାଯାଇଛି ।

ଚଳିତ ବର୍ଷ ଜୁନମାସରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବୈଠକରେ ବ୍ୟାଙ୍କିଂ ଡ଼ିଭିଜନ କରିବା ପରିପ୍ରେକ୍ଷୀରେ ଏହା ଆଲୋଚନା ହୋଇଥିଲା । ଏହି ବୈଠକରେ ଉପଭୋକ୍ତାଙ୍କ ସେବା ସୁବିଧା ଲାଗି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.