Latest Odisha News

BREAKING NEWS

ଟାର୍ଗେଟ କିଲିଂ: ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ସୁରକ୍ଷିତ ସ୍ଥାନକୁ ବଦଳି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂକୁ ଦେଖି ସରକାର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ବଦଳି ଘାଟୀ ବାହାରକୁ କରାଯାଇଛି । ଚିଫ ଏଜୁକେଶନ ଅଫିସର ପତ୍ର ଏବଂ ବଦଳି ଅର୍ଡର ସେମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ଘାଟୀରେ କ୍ରମାଗତ ଟାର୍ଗେଟ କିିଲିଂରେ ପଣ୍ଡିତମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଘାଟୀରୁ ପଳାୟନ କରିବେ ବୋଲି କହିଥିଲେ । ଯେଉଁଠାରେ ସୁରକ୍ଷାକର୍ମୀ ନିଜକୁ ସୁରକ୍ଷିତ ରଖି ପାରୁ ନାହାନ୍ତି ସେଠାରେ ଆମକୁ କିଏ ସୁରକ୍ଷା ଦେବ ବୋଲି ରଂଜନ ଜ୍ୟୋତିଷୀ କହିଛନ୍ତି ।

କଶ୍ମୀର ଘାଟୀରେ ହିନ୍ଦୁ ସମ୍ପ୍ରଦାୟ ସହ ଜଡିତ ପ୍ରାୟ ୫୯୦୦ ସରକାରୀ କର୍ମଚାରୀ କାମ କରୁଛନ୍ତି । ୪୭୦୦ ନିଜ ଘରେ ରହୁଥିବା ବେଳେ ୧୧୦୦ ଟ୍ରାଂଜିଟ କ୍ୟାମ୍ପରେ ରହୁଛନ୍ତି । ରିପୋର୍ଟ ମୁତାବକ ୮୦ ପ୍ରତିଶତ କର୍ମଚାରୀ କଶ୍ମୀର ଛାଡି ଜମ୍ମୁ ପଳାଇ ସାରିଛନ୍ତି । ଅନନ୍ତନାଗ, ବାରମୁଲା ଓ ଶ୍ରୀନଗରରେ ପୋଲିସ ଜଗିଥିବାରୁ ସେମାନେ ଘାଟୀ ଛାଡି ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାନ୍ତି ।

Leave A Reply

Your email address will not be published.