Latest Odisha News

BREAKING NEWS

କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ନୃଶଂସ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ ।

ଘରୋଇ କଳିକୁ କେନ୍ଦ୍ର କରି ଦୁଇ ପୁଅ କାଠଫାଳିଆରେ ହତ୍ୟା କଲେ ବାପାଙ୍କୁ। ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଛି । ବାପା ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବା ପରେ ଦ୍ବିତୀୟ ବିବାହ କରିଲେ। ଦ୍ବିତୀୟ ବିବାହ ପରେ ଘରେ ପ୍ରତ୍ୟେକ ଦିନ ଘରେ ଝଗଡ଼ା ହୋଇଥାଏ। ଏନେଇ ଗତକାଲି ରାତ୍ରିରେ ଘରେ ବାପାଙ୍କ ସହ ଝଗଡ଼ା  ପରେ ଉତ୍ୟକ୍ତ ହୋଇ ଦୁଇ ପୁଅ ଶିବରାମ ଭୂମିଜ ଏବଂ ଗୌରାଙ୍ଗ ଭୂମିଜ ମଙ୍ଗରା ଭୁମିଜଙ୍କୁ କାଠଫାଳିଆରେ ପିଟି ପିଟି ଘର ବାହାରେ ହତ୍ୟା କରିଲେ।

ସେତିକିରେ ଉଭୟଙ୍କ ରାଗ ଶାନ୍ତ ହୋଇନଥିଲା । ସେ ଦୁହେଁ ପୁଣି ସ୍କୁଟିକୁ ବାପାଙ୍କ ଉପରେ ଚଢାଇଦେଇଥିଲେ । ଦୁଇ ପୁଅଙ୍କ ମଧ୍ୟରେ ଜଣେ ନାବାଳକ । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.