Latest Odisha News

BREAKING NEWS

Yearly Archives

2018

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ତଥା ଗାନ୍ଧୀବାଦୀ ତଥା ସାରସ୍ୱତ ସାଧକ ଦୋଳଗୋବିନ୍ଦ ପ୍ରଧାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ମୃତ୍ୟୁ ଖବର…

ଏସିଆ କପ କ୍ରିକେଟ: ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ହଂକଂ ଦଳର ଅଧିନାୟକ

ଭୁବନେଶ୍ୱର: ଶନିବାରଠାରୁ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଆରମ୍ଭ ହୋଇଛି ୬ଟି ଏସୀୟ ଦେଶମାନଙ୍କୁ ନେଇ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଛଅଟି ଦେଶ ଗୁଡ଼ିକ ହେଲା ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ । ତେବେ ସବୁଠାରୁ ଖୁସିର କଥା ହେଲା…

ସୋମବାରରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ଆନ୍ଦୋଳନ ପଞ୍ଚାୟତସ୍ତରରେ ଆରମ୍ଭ

ଭୁବନେଶ୍ୱର: ଅନ୍ଦୋଳନରତ ବ୍ଳକ ଗ୍ରାଣ୍ଟ ଶିକ୍ଷକମାନେ ସୋମବାରଠାରୁ ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । “ସୋମବାରଠାରୁ ଆମେ ରାଜ୍ୟର ସମସ୍ତ ପଞ୍ଚାୟତସ୍ତରରେ ବିଭିନ୍ନ ର‌୍ୟାଲି କରି ଆନ୍ଦୋଳନ ଆରମ୍ଭ କରିବୁ । ଛାତ୍ର ଓ ଅଭିଭାବକମାନଙ୍କୁ ଆମେ ଆମର ଦାବି…

‘ସୁନ୍ଦରୀ’ ଏବେ କଡ୍ଡା ନଜରରେ ରହିବ

ଭୁବନେଶ୍ୱର: ହିଂସ୍ର ହୋଇ ଉଠିଥିଲା ‘ସୁନ୍ଦରୀ । ତେବେ ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀର ଏପରି ଆଚରଣରେ ସାତକୋଶିଆ ତଥା ଆଠଗଡ଼ ବନଖଣ୍ଡକୁ ଲାଗି ରହିଥିବା ଗ୍ରାମରେ ଆତଙ୍କ ଖେଳିଯାଇଥିଲା । ଏବେ କିନ୍ତୁ ସୁନ୍ଦରୀର ଆଚରଣ ଓ ଗତିବିଧିର ତୀକ୍ଷ୍ଣ ନଜର ରଖିବେ…

ତେଲଦର ନିୟନ୍ତ୍ରଣ ଲାଗି ଭାଟ୍ କମ କରିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତୈଳଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । “ରାଜ୍ୟ ସରକାର ପୂର୍ବରୁ ତୈଳରୁ ୩୦୦୦ କୋଟି ଟଙ୍କା ବାର୍ଷିକ ରାଜସ୍ୱ ଟିକସ ଆଦାୟ କରୁଥିବା ବେଳେ…

ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା, ୧୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରବିବାର ଦିନ ୧୭ଟି ଜିଲ୍ଲାରେ ଝଡ଼ ତୋଫାନ ଓ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି । ପାଣିପାଗ କେନ୍ଦ୍ରରୁ ମଧ୍ୟାହ୍ନରେ ଆସିଥିବା ସୂଚାନୁଯାୟୀ, ରାଜ୍ୟର ୧୭ଟି ଜିଲ୍ଲାରେ ରବିବାର ଦିନ ୪:୩୦ ମଧ୍ୟରେ ଝଡ଼ ତୋଫାନ…

ଚିଲିକାରେ ସି-ପ୍ଲେନ୍ ଓହ୍ଲାଇବା ଘଟଣା: ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କିଛି ସୂଚନା ନାହିଁ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଚିଲିକା ହ୍ରଦରେ ଏକ ସି-ପ୍ଲେନ ଓହ୍ଲାଇଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଥିଲେ । ତେବେ ଏହି ସି-ପ୍ଲେନ ସମ୍ପର୍କରେ ସରକାରଙ୍କ ନିକଟରେ କିଛି ସୂଚନା ନଥିବା କଥା ଜଣା ପଡ଼ିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଚିଲିକା କୂଳରେ ଥିବା…

ସଡ଼କ ଦୁର୍ଘଟଣାରେ ୪ ମୃତ

ଖୋର୍ଦ୍ଧା / ଭବାନୀପାଟଣା: ଓଡ଼ିଶାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ପ୍ରାଣହାନୀ ଘଟିଛି । ଗୋଟିଏ ସଡ଼କ ଦୁର୍ଘଟଣା ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି କଳାହାଣ୍ଡି ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି । ଶନିବାର ରାତିରେ ଭୁବନେଶ୍ୱର ସାଲିଆ ସାହିର ନରେନ୍ଦ୍ର ଗୁରୁ ଓ…

ରାଜଧାନୀରେ ଉଦଘାଟିତ ହେଲା ‘ଟ୍ରାଇବ୍ସ ଇଣ୍ଡିଆ’ ମେଗା ଆଉଟଲେଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଇବ୍ସ ଇଣ୍ଡିଆର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସତ୍ୟନଗର ୱେଷ୍ଟସାଇଡ୍ ନିକଟରେ ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ଟ୍ରାଇଫେଡ୍ ସମଗ୍ର ଦେଶରେ ୪୨ଟି…

ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ

ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ । ରାଜ୍ୟ ସଚିବାଳୟରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗଲର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ,…