Latest Odisha News

BREAKING NEWS

Yearly Archives

2019

ଲତା ମଙ୍ଗେସକର ଅସୁସ୍ଥ; ଚିକିତ୍ସା ପରେ ଏବେ ନେଉଛନ୍ତି ବିଶ୍ରାମ

ମୁମ୍ବାଇ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଗତ ରାତିରେ ଅସୁସ୍ଥ ହୋଇ ପଡ଼ିଥିବା ଯୋଗୁଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲତା ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି…

ଅଙ୍ଗଦାନ କରି ଅମର ହେଲେ ସୁରଜ; ପିତାମାତାଙ୍କୁ ସହାୟତା ସହ ସୁରଜଙ୍କ ନାଁରେ ପୁରସ୍କାର ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମସ୍ତିଷ୍କ ମୃତ୍ୟୁ ଘଟିଥିବା ଯୁବକ ପୁତ୍ରର ବିଭିନ୍ନ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦାନ କରି ମହାନ୍‌ ଆଦର୍ଶ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ଲାଲସିଂ ଅଞ୍ଚଳର ବାବୁଲି ସେଠୀ । ସୁରଜଙ୍କ ପିତା ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀ ଆଜି ଲୋକସେବା…

ଆଉ ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ନେଇ ଘୋଷଣା କଲା ପୂର୍ବତଟ ରେଳ

ଭୁବନେଶ୍ୱର: ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନରେ ଏହି ସୁବିଧା ପ୍ରଦାନ କରିଛି। ସ୍ୱଳ୍ପଦୂରାଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରି ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକପୂର୍ଣ୍ଣିମା। ଏହି ଅବସରରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।ଏହି ଟ୍ରେନ…

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାପଡିଛି । କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିବା ଅରବିନ୍ଦ ଇସ୍ତଫା ଦେଇଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାପରେ ଶିବସେନା ବିଧିବଦ୍ଧଭାବେ…

ସାପକୁ ମାରି ମାଲିକର ପରିବାରକୁ ରକ୍ଷାକଲା ଆଉ ଏକ ପୋଷା କୁକୁର

ଜୟପୁର: ନଭେମ୍ବର ୪ ତାରିଖରେ ରାଜଧାନୀ ଉପକଣ୍ଠସ୍ଥ ଏକ ଗ୍ରାମରେ ନିଜ ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ ପୋଷକୁକୁର ଲାଡେନ ଏକ ବିଷାକ୍ତ ସାପକୁ ମାରି ନିଜର ପ୍ରାଣବଳି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଠିକ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ଭୂମିକାକୁ ନେଇ ଘନେଇଲା ବିବାଦ !

ବରଗଡ଼: ଚଳିତ ବର୍ଷ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଂସ ଅଭିନୟ କରିବାକୁ ନେଇ କଳାକାର ସମନ୍ୱୟ କମିଟିରେ ବିବାଦ ସୃଷ୍ଟି ହୋଇଛି । ସାଧାରଣତଃ ଯେଉଁ କଂସ ମନୋନୟନ ହୋଇଥାଆନ୍ତି ସେ ତିନିବର୍ଷ ଲାଗି ଚୟନ ହୋଇ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି । ବର୍ତ୍ତମାନ ୨୦୧୭ରୁ ବିଗତ ୨ ବର୍ଷ…

ରାମାୟଣରେ ବର୍ଣ୍ଣିତ ଏହିସବୁ ସ୍ଥାନ ବର୍ତ୍ତମାନ କେଉଁଠି, ଜାଣନ୍ତୁ

ଅଯୋଧ୍ୟା: ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଉତ୍ତରପ୍ରଦେଶ ଅଯୋଧ୍ୟା ମାଟିରେ ଜନ୍ମଗ୍ରହଣ କରିଥିଲେ । ଦୁଇଦିନ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି କଥାକୁ ସ୍ୱୀକାର କରି ଦୀର୍ଘ ବର୍ଷରୁ ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ଅନ୍ତ ଘଟାଇ ଏଠାରେ ରାମ ମନ୍ଦିରର ନିର୍ମାଣ ଲାଗି…

ଶୀତଦିନ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବଡିଲୋସନ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ଶୀତ ଲହର । ଧୀରେଧୀରେ ଶୀତ ବଢିବ ସହ ଶୀତଦିନ ସହ ଜଡିତ ସମସ୍ୟା ମାନ ମଧ୍ୟ ଆରମ୍ଭ ହେବାର ଲାଗେ। ଶୀତଦିନେ ମୁଖ୍ୟ ସମସ୍ୟା ହେଉଛି ରୁକ୍ଷ ତ୍ୱଚା । ସାଧାରଣତଃ ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ । ଯାହାକୁ ମୁଲାୟମ ରଖିବା ପାଇଁ ଆମେ ବଜାରରେ ମିଳୁଥିବା…

ବିଧାନସଭା ଅଧିବେଶନ: ସରକାରଙ୍କୁ ‘ସ୍ମିତାରାଣୀ ମୃତ୍ୟୁ ଘଟଣା’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ପ୍ରସଙ୍ଗରେ ଘେରାଉ…

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିରୋଧୀ ବିଜେପି ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ସରକାରଙ୍କୁ ଘେରାଉ କରିବ ବୋଲି ସୋମବାର ଦିନ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ଭାରତୀୟ…