Latest Odisha News

BREAKING NEWS

ବିଧାନସଭା ଅଧିବେଶନ: ସରକାରଙ୍କୁ ‘ସ୍ମିତାରାଣୀ ମୃତ୍ୟୁ ଘଟଣା’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ପ୍ରସଙ୍ଗରେ ଘେରାଉ କରିବ ବିଜେପି

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିରୋଧୀ ବିଜେପି ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ସରକାରଙ୍କୁ ଘେରାଉ କରିବ ବୋଲି ସୋମବାର ଦିନ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଶାସକ ବିଜେଡ଼ି ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବ ସେହି ଦୁଇଟି ପ୍ରସଙ୍ଗ ହେଉଛି ଯାଜପୁରର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ଦଳ ପକ୍ଷରୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହେବାପରେ ଗଣମାଧ୍ୟମକୁ ସୂଚନାଦେଇ ବିଜେପିର ବିରୋଧି ଦଳ ଉପ ନେତା ମୋହନ ମାଝୀ କହିଛନ୍ତି ଯେ, ଏଥର ବିଧାନସଭାରେ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ରାଶି ପ୍ରଦାନରେ ଅନିୟମିତତା ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ।

“ଆଜି ଦଳର କିଛି ବିଧାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ନଥିଲେ । ଆସନ୍ତାକାଲି ଆଉ ଏକ ବୈଠକ ଅନୁଷ୍ଠିତ ହେବ, ସେହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି,” ବୋଲି କହିଛନ୍ତି ଶ୍ରୀ ମାଝୀ ।

Leave A Reply

Your email address will not be published.