Latest Odisha News

BREAKING NEWS

Yearly Archives

2019

ଧାରା ୩୭୦ ଉଚ୍ଛେଦ ବିରୋଧରେ ପିଟିସନ୍: ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକାଧିକ ପିଟିସନର ଶୁଣାଣି ମଙ୍ଗଳବାର ଦିନଠୁ ଆରମ୍ଭ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲଂଘନ ସମ୍ପର୍କୀତ ମମାଲାକୁ…

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର ବିଚିତ୍ର ବିଶ୍ୱାଳ ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୧ ରିଖ ମଙ୍ଗଳ ବାର କନ୍ୟା ୧୫ ଦିନ ଅଶ୍ବିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର । ଘାତ ବାର:- ମକର ରାଶିର…

ଘୋଷିତ ହେଲା ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା; ସ୍ଥାନ ପାଇଲେ ନବୀନ ଓ ଧର୍ମେନ୍ଦ୍ରଙ୍କ ସମେତ ୪ଜଣ ଓଡ଼ିଆ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏହି…

ଅକ୍ଟୋବର ୩ରେ ଓଡିଶା ଆସୁଛନ୍ତି ଏନ୍ଆଇଏ ଡିଜି

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୩ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏନ୍ଆଇଏ ଡିଜି ଯୋଗେଶ ମୋଦି। ଶ୍ରୀ ମୋଦି ଏନ୍ଆଇଏର  ବରିିିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ଓଡିଶା ଗସ୍ତରେ ଆସି ଆତଙ୍କବାଦ, ଉଗ୍ରଵାଦ, ଆତଙ୍କବାଦୀ ଫଣ୍ଡ ମାମଲାର ତଦନ୍ତ ସମ୍ପର୍କରେ ବରିିିଷ୍ଠ ପୋଲିସ…

ମଙ୍ଗଳବାର ଠାରୁ ଲାଗୁହେବ ନୂଆ ବ୍ୟାଙ୍କିଂ ସମୟ; ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଗ୍ରାହକ ପାଇବେ ସେବା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ନୂଆ ବ୍ୟାଙ୍କିଂ ସମୟ ନିର୍ଘଣ୍ଟ । ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକରେ ଏବେ ସକାଳ ୧୦ରୁ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହେବ ଏବଂ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଉପଭୋକ୍ତାମାନେ ସେବା ପାଇପାରିବେ । ଏସମ୍ପର୍କରେ ସୂଚନା ପ୍ରଦାନ କରି ୟୁକୋ…

ଏମିତି ହୁଏ ପ୍ରଥମ ଥର

ଏମିତି ହୁଏ ପ୍ରଥମ ଥର ଫିର୍ଦୋଷୀ ତବସୁମ୍‍ ଏମିତି କିଛି ହୁଏ ପ୍ରଥମ ଥର ତୁମେ ଦେଖି ମତେ ବୋଧେ ଆଉ କିଛି ଦେଖିବା ଭୁଲିଯାଇଥିଲ ଚକିତ ଥିଲ ତୁମେ ଅପଲକ ଅନାଇ ମଜ୍ଜି କହିଥିଲ,"ତୋ ସୁଢ଼ଳ ନୟନର ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।" ରୋମାଞ୍ଚରେ ଭରିଯାଇଥିଲା ମୋର ମନ ସବୁଜ ଦିଗନ୍ତ…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମରା: ‘ସ୍ୱଚ୍ଛାଗ୍ରହ’– ଶିକ୍ଷାରେ ଏକ ବ୍ୟବହାରିକ ପରିବର୍ତ୍ତନ, ଯାହା ଆଦାନୀ ଫାଉଣ୍ଡେସନର ଏକ ନିଆରା ପଦକ୍ଷେପ । ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହରୁ ଅନୁପ୍ରାଣିତ ହୋଇ ଏବେ ବି ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି । ସ୍ୱଚ୍ଛାଗ୍ରହକୁ…

ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ…

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ…