Latest Odisha News

BREAKING NEWS

Yearly Archives

2019

‘କାଳିଆ’ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: କୃଷି ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗରେ ବୁଧବାର ଦିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏହି ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ ହିତାଧିକାରୀ ଯୋଗ୍ୟ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ହାଲ୍ କର୍ମଚାରୀ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ଜନିଗୁଡା-ନନ୍ଦପୁର ନିକଟରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ବୁଧବାର ଦିନ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍)ର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସୁନାବେଡାର ଘନଶ୍ୟାମ ନାୟକ ବୋଲି ଜଣାପଡିଛି । ପ୍ରାପ୍ତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୯-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୧୯ ରିଖ ଗୁରୁବାର କନ୍ୟା ୩ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

ବିରାଟଙ୍କ ଧୁଆଁଧାର ବ୍ୟାଟିଂ, ୭ ୱିକେଟରେ ମୋହାଲି ଟି-୨୦ ଜିତିଲା ଭାରତ

ମୋହାଲି: ଧର୍ମଶାଳା ଟି-୨୦ ବର୍ଷାରେ ଧୋଇଯିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଆଫ୍ରିକୀୟ କ୍ରିକେଟ ଦଳକୁ ଟିମ୍ ଇଣ୍ଡିଆ ୭ ୱିକେଟରେ ପରାସ୍ତ କରିପାରିଛି । ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ନିଜେ ଅଧିନାୟକ ବିରାଟ କୋହଲୀ । ସେ ମାତ୍ର ୫୨ଟି…

ଆପୋଲୋ ହସ୍ପିଟାଲ ପକ୍ଷରୁ ସୁସ୍ଥ ହୃତ୍‌ପିଣ୍ଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ…

ସବୁ ସ୍କୁଲ ପିଲାଙ୍କୁ ମିଳିବ ଜୋତା, ଡ୍ରେସ ଓ ପରିଚୟ ପତ୍ର

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲର ସବୁ ବର୍ଗର ପିଲାମାନଙ୍କୁ ଜୋତା, ଡ୍ରେସ ଓ ପରିଚୟ ପତ୍ର ମିଳିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରକାଶ କରିଛନ୍ତି । ପୂର୍ବରୁ କେବଳ ବିପିଏଲ ଶ୍ରେଣୀର ପିଲାମାନଙ୍କୁ ଏହି ସୁବିଧା ମିଳୁଥିଲା । ସେହିପରି ସ୍କୁଲ…

‘ଡିଜେଏସଆଇ’ରେ ଅନ୍ତର୍ଭୁକ୍ତ ହେଲା ‘ହିଣ୍ଡାଲକୋ’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର କଂପାନି ହିଣ୍ଡାଲକୋ ଏସଆଣ୍ଡପି ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ (ଡିଜେଏସଆଇ)ରେ ଅନ୍ତର୍ଭୁକ୍ତ ହୋଇଛି । ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ଏକମାତ୍ର ଆଲୁମିନିୟମ ର୍ନିମାତା ହେଉଛି ହିଣ୍ଡାଲକୋ । କର୍ପୋରେଟ ସଷ୍ଟେନେବିଲିଟି…

ଡବଲ ସେଞ୍ଚୁରୀ କ୍ଳବରେ ସାମିଲ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଲ’

ମୁମ୍ବାଇ: ନିକଟରେ ଇସ୍ରୋ ଦ୍ଵାରା ଚନ୍ଦ୍ରକୁ ଛଡା ଯାଇଥିବା ଚନ୍ଦ୍ରାୟଣ-୨ ଅଳ୍ପକେ ବିଫଳ ହୋଇଯାଇଥିଲେ ମଧ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ମଙ୍ଗଲ' କିନ୍ତୁ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ଏହା ନିଜର ଦବଦବା ଜାରୀ ରଖିଛି। ଫିଲ୍ମ 'ମିଶନ…

ଓଡ଼ିଶାରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଶ୍ରୀ ଶ୍ରୀ ରବିଶଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ନବୀକରଣ ସହ ନୂଆ ରୂପରେଖ ନେବ ରାଜଧାନୀର ପାର୍କ

ଭୁବନେଶ୍ୱର: ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କର ରୂପରେଖ । ପାର୍କ ଗୁଡିକର ଡିଜାଇନ ତଥା ବର୍ତ୍ତମାନ ଦିଆଯାଉଥିବା ସୁବିଧା ସବୁକୁ ବଦଳାଇ ଏହାକୁ ନୂତନ ତଥା ଉନ୍ନତ ମାନର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ମାନେ ଯୋଜନା କରୁଛନ୍ତି । ଓଡ଼ିଶାର ରାଜଧାନୀରେ ଥିବା…