Latest Odisha News

BREAKING NEWS

Yearly Archives

2020

କୋଭିଡ ପାଇଁ ଖର୍ଚ୍ଚ କାଟ୍, ୨ ବର୍ଷ ଯାଏଁ ନୂଆ ଚାକିରି ନାହିଁ

ଭୁବନେଶ୍ୱର: କରୋନା ପାଇଁ ଆର୍ଥିକ ସଂକଟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ଆସନ୍ତା ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ । ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କେବଳ ସ୍ୱାସ୍ଥ୍ୟ ଓ ପରିବାର…

କାଲିଠୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ…

ବିସିସିଆଇରୁ ସବୁଜ ସଙ୍କେତ ମିଳିବା ପରେ ୪୮ ବର୍ଷୀୟ ଟାମ୍ବେ ଖେଳିବେ ସିପିଏଲ

ମୁମ୍ବାଇ:ଲେଗ ସ୍ପିନର ପ୍ରବୀଣ ଟାମ୍ବେଙ୍କୁ ବିସିସିଆଇ ପକ୍ଷରୁ କ୍ୟାରିବିୟାନ ପ୍ରିମିୟର ଲିଗ୍ ଖେଳିବା ପାଇଁ ସବୁଜ ସଙ୍କେତ ମିଳିଛି । ୪୮ ବର୍ଷୀୟ ଟାମ୍ବେ ପ୍ରଥମ ଭାରତୀୟ ଖେଳାଳି ଭାବେ ତ୍ରିନିବାଗୋ ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ । ମଙ୍ଗଳବାର ୬ ଫ୍ରାଂଚାଇଜ ସେମାନଙ୍କ ଖେଳାଳି ତାଲିକା…

ବିଶ୍ୱର ଅଧିକ ବର୍ଷ ଯାଏ ବଂଚି ରହିଥିବା ଯମଜ ଯୋଡା ଭାଇଙ୍କର ପରଲୋକ

ଡେଟନ: ଆମେରିକାରେ ଉହିଓରେ ରହୁଥିବା ରୋନୀ ଓ ଡୋନୀ ଗେଲନ ଯୋଡାଭାଇଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ସବୁଠାରୁ ଅଧିକ ବୟସ ବଂଚିବାରେ ଏହି ଯମଜ ଯୋଡା ଭାଇ ରେକର୍ଡ କରିଥିଲେ । ଗୋଟିଏ ପେଟରେ ଦୁଇ ଭାଇଙ୍କ ଶରୀର ଯୋଡି ହୋଇ ରହିଥିଲା । ୨୮…

ଖୁସି ଖବର: ଚଳିତ ମାସରୁ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ ଉପଲବ୍ଧ ହେବ କରୋନା ଔଷଧ । ଏନେଇ ଔଷଧ ତିଆରି କମ୍ପାନି ମାଇଲନ୍ ଏନ୍‌ଭି ଘୋଷଣା କରିଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ମାଇଲନ୍ ଏନ୍‌ଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ । ଏ ନେଇ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।…

ରିଲାଏନ୍ସ ଫାଉଣ୍ଡେସନର ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ଜରିଆରେ ଲାଭାନ୍ୱିତ ହେଲେ ମୟୂରଭଂଜର ଚାଷୀ ପ୍ରହଲ୍ଲାଦ ମହନ୍ତ

ଭୁବନେଶ୍ୱର : ମୟୂରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ । ପ୍ରତିବର୍ଷ ସେ ଜମିରେ କଲରା, ଟମାଟୋ, ବାଇଗଣ ଆଦି ଚାଷ କରିଥାନ୍ତି । ଚଳିିତ ବର୍ଷ ବି ଏସବୁ ଚାଷ କରିଥିଲେ । ଫଳ ବି ଭଲ ଆସିଥିଲା । ତେଣୁ ଆଶା ଥିଲା ଏଗୁଡିକୁ ବଜାରରେ ବିକ୍ରି କରି ଭଲ ଦି ପଇସା…

ପୁରୀ ସ୍ବର୍ଗଦ୍ବାର ଠାରେ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ…

ମେସି କ୍ୟାରିୟରର ଶେଷ ପର୍ଯ୍ୟନ୍ତ ବାର୍ସିଲୋନା ପକ୍ଷରୁ ଖେଳିବେ

ବାର୍ସିଲୋନା:ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ବାର୍ସିଲୋନା ଛାଡିବା ଖବର ଗୁଜବ ବୋଲି କ୍ଲବ ସଭାପତି ଯୋଶେଫ ମାରିଆ ବାର୍ତେମିଓ କହିଛନ୍ତି । କ୍ୟାରିୟରର ଶେଷ ପର୍ଯ୍ୟନ୍ତ ମେସି ବାର୍ସିଲୋନା ପକ୍ଷରୁ ଖେଳିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ରବିବାର ଲା ଲିଗ ଏକ ମୁକାବିଲାରେ…

ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା

ଭବନେଶ୍ୱର: ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍‌ଏଚ୍‌-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା…

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା…