Latest Odisha News

BREAKING NEWS

Yearly Archives

2020

ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । Prime Minister @narendramodi will address the…

ଅନଲକ୍‌-୨ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ପ୍ରକାଶ ପାଇଲା ଅନଲକ୍ -୨ ପାଇଁ ନୂଆ ଗାଇଡଲାଇନ । ଏହି ଗାଇଡ ଲାଇନ ଅନୁସାରେ ଜୁଲାଇ ୩୧ ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସିନେମା ହଲ, ପାର୍କ ବନ୍ଦ ରହିବ ।…

ତେଜିଲା ଠିକା ଓ ଆଉଟସୋର୍ସିଂ ଚାକିରି ଉଚ୍ଛେଦ ଦାବି; ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ୍ ଆନ୍ଦୋଳନ

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରି ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତକାଲି…

ଜୁଲାଇରେ କରୋନା ମୁକାବିଲା ଲାଗି ସରକାରଙ୍କ ରଣନୀତି; ଜିଲ୍ଲାପାଳ, ଏସପିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଜୁଲାଇ ମାସରେ କରୋନା ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ  ସୋମବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ  ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ…

ଟିକ୍‌ଟକ୍ ଓ ହାଲୋ ସମେତ ୫୯ ଆପ୍ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଏଣିକି ଆଉ କରିପାରିବେନି ଟିକ୍ ଟକ୍ । କାରଣ ଭାରତ ସରକାର ଟିକ୍‌ଟକ୍‌, ହାଲୋ ସମେତ ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି । ଏସବୁ ଭିତରେ ଅଛନ୍ତି ସେୟାର ଚାଟ୍‌, ହେଲା, ଲାଇକି, ୱି ଚାଟ୍‌, ଭିଗୋ ଭିଡିଓ, କ୍ୟାମ ସ୍କାନର, ୟୁସି ବ୍ରାଉଜର, ୱଣ୍ଡର୍ କ୍ୟାମେରା ପରି କେତେକ ଆପ୍…

ଲକ୍ ଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଗାର୍ଗୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ଗତକାଲି ବିବାହ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଗାର୍ଗୀ ନିଜ ପିଲା ଦିନର ସାଙ୍ଗ ରବୀନ୍ଦ୍ର ପାଢୀଙ୍କୁ ବିବାହ କରିଛନ୍ତି । ଲକ୍ ଡାଉନ ଚାଲିଥିବାକୁ ଦୁଇ ପରିବାରର ସଦସ୍ୟଙ୍କ ସମେତ ଅଳ୍ପ କିଛି ବନ୍ଧୁ ଏହି ବିବାହରେ ସାମିଲ…

ମହାପ୍ରଭୁଙ୍କୁ ମାଉସୀ ଖୁଆଇବେ ପୋଡ଼ପିଠା: କେମିତି ଚାଲିଛି ପ୍ରସ୍ତୁତି, ଜାଣନ୍ତୁ

ପୁରୀ: ସେହି କୃପାମୟ ପ୍ରେମମୟ ଦୟାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ଏପରି ଏକ ଠାକୁର ଯିଏ ନିଜ ମନ୍ଦିର ଆସ୍ଥାନରୁ ଉଠି ଲକ୍ଷ ଲକ୍ଷ ଜନସମୂଦ୍ରରେ ମିଶିଯାଆନ୍ତି । ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ସାରା ବିଶ୍ୱର କୋଟି କୋଟି ଜନତା ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି । ଏ ଜାତିର ଏକମାତ୍ର…

ଭାରତ-ଚୀନ ମଧ୍ୟରେ ସେନା କମାଣ୍ଡର ସ୍ତରରେ ଆଲୋଚନା ହେବ

ନୂଆଦିଲ୍ଲୀ :ଭାରତ-ଚୀନ ମଧ୍ୟରେ  ମଙ୍ଗଳବାର ସେନା କମାଣ୍ଡର ସ୍ତରରେ ଆଉ ଏକ ଆଲୋଚନା ହେବ । ପୂର୍ବରୁ ଜୁନ ୬ ଓ ଜୁନ ୨୨ରେ ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ଥିବା ମୋଲଡୋଠାରେ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା କାଲି ଆଲୋଚନା ଭାରତୀୟ ପଟେ ଥିବା ଚୁସୁଲଠାରେ ଅନୁଷ୍ଠିତ ହେବ । ଉତ୍ତେଜନା ହ୍ରାସ…

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍‌ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି…

ଇରାନ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ ଗିରଫ ପରୱାନା

ୱାଶିଂଟନ: ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଇରାନ ସରକାର ଦାୟୀ କରିଛି । ଏ ନେଇ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହିଁ ଆମେରିକା ଡ୍ରୋନ ଷ୍ଟ୍ରାଇକ କରିଥିଲା ।…