Latest Odisha News

BREAKING NEWS

Yearly Archives

2020

ପ୍ରବାସୀ ଶ୍ରମିକଙ୍କ ସମେତ ଫସିରହିଥିବା ଅନ୍ୟ ଲୋକଙ୍କ ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ମଞ୍ଜୁରି

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ପ୍ରତିବନ୍ଧକ ଫଳସ୍ଵରୂପ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ଫସି ରହିଛନ୍ତି। ଏବେ କେନ୍ଦ୍ର ସରକାର ଏହି ଫସି ରହିଥିବା ଲୋକମାନଙ୍କ ସ୍ଥାନାନ୍ତରଣ…

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…

ପ୍ରତୀକ୍ଷାର ଅବସାନ : ଖୋଲିଲା କେଦାରନାଥ ମନ୍ଦିରର କବାଟ

ଡେରାଡୁନ: କରୋନା ଭାଇରସ ପ୍ରଭାବ ଆଉ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାର କେଦାରନାଥ ମନ୍ଦିରର କବାଟ ଖୋଲିଛି । ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ରୀତିନୀତି ଓ ପରମ୍ପରା ଅନୁସାରେ ସକାଳ ୬ଟା ୧୦ ମିନିଟ୍‌ରେ ଖୋଲା ହୋଇଥିଲା । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ…

ଜୁରାସିକ ପାର୍କର ଟିକେଟ କିଣିପାରି ନ ଥିବା ଇରଫାନ ଶେଷରେ ହଲିଉଡ ଷ୍ଟାର ପାଲଟିଥିଲେ

ମୁମ୍ବାଇ: ଜୁରାସିକ ପାର୍କ ଫିଲ୍ମ ପାଇଁ ଟିକେଟ କିଣିପାରି ନ ଥିବା ଇରଫାନ ଖାଁ ଶେଷରେ ନିଜ ଦକ୍ଷତା ବଳରେ ହଲିଉଡର ଏହି ମେଗା ମୁଭିରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ଇରଫାନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ୧. ୨୦୦୪ରେ ହାସିଲ ଫିଲ୍ମ ପାଇଁ…

ଇରଫାନ: କ୍ରିକେଟର ହୋଇପାରିଲେନି, କଳାକାର ଭାବେ ମନ କିଣିନେଲେ

ମୁମ୍ବାଇ: ବଲିଉଡ ଶ୍ରେଷ୍ଠ କଳାକାର ମଧ୍ୟରେ ପରିଗଣିତ ଇରଫାନ ଖାଁଙ୍କ ପରଲୋକ ହୋଇଯାଇଛି । କଠିନ ପରିଶ୍ରମ କରି ସେ ନିଜକୁ ପ୍ରତିଷ୍ଠିତ କଳାକାର ଭାବେ ଉପସ୍ଥାପିତ କରିପାରିଥିଲେ । ସେ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ । ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ ପ୍ରଥମ ଶ୍ରେଣୀ କ୍ରିକେଟରେ…

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯୁବକ

ଯାଜପୁର: କରୋନା ସଙ୍କଟ ସମୟରେ ଡାକ୍ତରମାନଙ୍କୁ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଛି । ମିଳିଥିବା…

ନରେନ୍ଦ୍ର ମୋଦିଙ୍କୁ ଟୁଇଟର୍‌ରେ ଅନ୍ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କରିଛନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବୀଡ ହେବା ପରେ ହ୍ୱାଇଟ ହାଉସ ମୋଦିଙ୍କୁ ଟୁଇଟରରେ ଫଲୋ କରିଥିଲା । ତେବେ କେଉଁ କାରଣ ଯୋଗୁ ଅନଫଲୋ କଲା ତାହା ଘୋଷଣା କରାଯାଇ…

କରୋନା ମହାମାରୀ ପରେ ମାଲାମାଲ ହେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତର ଅର୍ଥନୀତି ସୁଦୃଢ଼ ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରମୁଖ କାରଣ ହେଲା ବିଶ୍ୱସ୍ତରର ନାମୀ ଦାମୀ କମ୍ପାନୀ ଚୀନରେ ଆଉ କୌଣସି ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି । ଆମେରିକା ସମେତ ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡିକ ଭାରତରେ ବ୍ୟାପାରର…

ବାଲେଶ୍ୱରରୁ ୩ ନୂଆ କରୋନା ପଜିଟିଭ ଚିହ୍ନଟ, ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର । ସମ୍ପୃକ୍ତ ୩ ଜଣ ପୁରୁଷ ଥିବାବେଳେ ସେମାନଙ୍କ ବୟସ ୪୪, ୬୧ ଓ ୬୩ ବର୍ଷ ରହିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏମାନେ କ୍ୱାରେଣ୍ଟାଇନରେ ଥିଲେ । ସେମାନେ କାହା କାହା…

କୋଭିଡ-୧୯ ପରୀକ୍ଷଣରେ ଓଡ଼ିଶା ବହୁ ଆଗରେ ରହିଛି: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଓଡ଼ିଶା କୋଭିଟ-୧୯ ଟେଷ୍ଟିଂରେ ବହୁ ଆଗରେ ରହିଛି । ଏଥିପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି । ନମୁନା ଟେଷ୍ଟିଂକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ମୁକାବିଲା ପାଇଁ ପ୍ରଭାବଶାଳୀ ଅସ୍ତ୍ର ହେଉଛି ଟେଷ୍ଟିଂ । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ…