Latest Odisha News

BREAKING NEWS

Yearly Archives

2020

ଆଜି ଅବସର ନେବେ ଅସିତ ତ୍ରିପାଠୀ, ମୁଖ୍ୟଶାସନ ସଚିବ ଭାବରେ କୋଭିଡ ମୁକାବିଲା ଥିଲା ବଡ ଆହ୍ୱାନ

ଭୁବନେଶ୍ୱର: ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୋଟ ୧୬ ମାସ ଏହି ପଦବୀରେ ରହି ସେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । କୋଭିଡ୍ ମୁକାବିଲା ହେଉ ଅବା ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ସବୁଥିରେ ତାଙ୍କର ଅବଦାନ ରହିଛି । ୨୦୧୯ ମସିହା ଅଗଷ୍ଟ ମାସରେ…

ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍: ୧୯ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା : ଗଜପତି ଜିଲ୍ଲାରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ସୂଚନାନୁସାରେ, ପ୍ରାୟ ୯୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମୋହନା…

ବୁଡି ଯାଉଥିଲେ ପର୍ଯ୍ୟଟକ; ଦେବଦୂତ ସାଜି ବଞ୍ଚାଇଲେ ଲାଇଫ ଗାର୍ଡ

ପୁରୀ: ପୁରୀ ବେଳାଭୂମିରେ ପୁଣି ଅଘଟଣ । ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ପର୍ଯ୍ୟଟକ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ଧୀରେ ଧୀରେ ସେ ସମୁଦ୍ର ଭିତରକୁ ଚାଲି ଯାଉଥିବାର ଦେଖିଥିଲେ ବେଳାଭୂମିରେ ଥିବା ଲାଇଫ ଗାର୍ଡ। ସମୟ ବିଳମ୍ବ ନକରି ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର…

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏଶଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲି ମିଡିଆରେ…

ମନ୍ଦିରରେ ବିବାହ ପରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ମାଲକାନଗିରି: ଦାଉ ସାଧିଲା ଦୁନିଆ ନୂଆ ଜୀବନ ଆରମ୍ଭ କରିବା ଆଗରୁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍‌ଭି-୪୨ ଗାଁରେ । ସ୍ଥାନୀୟ ଲୋକେ ଗାଁ ନିକଟରେ ଥିବା ଏକ ଗଛରେ ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବାର…

ଚିରଦିନ ପାଇଁ ମନେ ରହିବେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ବର୍ଷ ୨୦୨୦ ଆରମ୍ଭରୁ ଦେଶ ତଥା ରାଜ୍ୟରେ ଦେଖାଦେଇଥିଲା ମହାମାରୀ କରୋନାର ଭୟାବହତା। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଓ ସଟଡାଉନ୍ ଆଦି ବିଭିନ୍ନ କଟକଣା ଜାରି କରିଥିଲେ। କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଲୋକମାନେ ଘରୁ ବାହାରକୁ ପାଦ…

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ୪ ଗୁରୁତର

କେନ୍ଦୁଝର : ପଣ୍ଡାପଡା ଥାନା ସମଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ବଲେରୋ ଗଛରେ ପିଟିହେବା ପରେ ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିବାରୁ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ଥିବା ଜଣାପଡିଛି ।…

ରାଜରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ଟ୍ରକ

ଯାଜପୁର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି ଏହି ଅଘଟଣ । ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟୀ ନିକଟରେ ଠିଆ ହୋଇଥିବା ଅବସ୍ଥାରେ ଏକ ଟ୍ରକରେ ହଠାତ ନିଆଁ ଲାଗି ଟ୍ରକ୍ ଟି ଜଳିଯାଇଛି। ତେବେ ଏଥିରେ କେହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୧.୧୨.୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୩୧ ରିଖ ଗୁରୁବାର ଧନୁ ୧୭ ଦିନ ପୌଷ ମାସ କୃଷ୍ଣପକ୍ଷ ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର:- କନ୍ୟା…

୪୫ ବର୍ଷରେ ୨୫ ପରି ଦେଖା ଯାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟନେସ ପ୍ରତି ସର୍ବଦା ସଜାଗ ରହିଥାନ୍ତି । ଏବେ ତାଙ୍କୁ ୪୫ ବର୍ଷ ହୋଇଥିଲେ ମଧ୍ୟ ସେ ୨୫ ପରି ଦେଖାଯାଉଛନ୍ତି । ଗୋଆରେ ଛୁଟି କାଟୁଥିବା ବେଳେ ବୁଧବାର ସେ ଏକ କଳା ରଙ୍ଗର ମୋନାକିନି ପିନ୍ଧି ଫଟୋ ଉଠାଇଥିଲେ । ଏହାକୁ ସୋସିଆଲ ସାଇଟରେ…