Latest Odisha News

BREAKING NEWS

Yearly Archives

2020

ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଗତ ବର୍ଷ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆସିଥିବା ବେଳେ ସେ ମଧ୍ୟରୁ ଏ ଯାଏଁ ତିନିଟିର ମୃତ୍ୟୁ ହୋଇସାରିଛି ।

ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ଏନଡିଆରଏଫ୍ କର୍ମୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପାଣି ଘେରରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ କର୍ମଚାରୀ । ପ୍ରାପ୍ତ ସୂଚନାନୁଯାୟୀ ଗତ କିଛି ଦିନ ହେବ ବର୍ଷା ଯୋଗୁଁ ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଜଳହରି ଗ୍ରାମରେ ମଧ୍ୟ ପାଣି ମାଡିଯାଇଛି । ଯାହା ଫଳରେ…

ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ : ଶ୍ରୀକାନ୍ତ ମହାପାତ୍ର

ଢେଙ୍କାନାଳ: ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି । କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ନିଶ୍ଚୟ ବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ…

ବଢିଲା ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନର ଅବଧି

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷରେ କମନ୍ ପିଜି ଏଣ୍ଟ୍ରାସ୍ ଟେଷ୍ଟ (ସିପିଇଟି)ର ଆବେଦନ ଅବଧି ବଢିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତଦନୁଯାୟୀ ପ୍ରାର୍ଥୀ ମାନେ ଅଗଷ୍ଟ ୩୧ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ (ରାତି ୧୧ଟା…

ଆଇଆରଡିଇର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡିଶା ବୈଜ୍ଞାନିକ

ଭୁବନେଶ୍ୱର: ଜଣେ ଓଡିଆ ଭାବେ ଶୁକ୍ରବାର ଦିନ ଡେରାଡୁନ ସ୍ଥିତ ଇନଷ୍ଟ୍ରୁମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଆଇଆରଡିଇ)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. ବିନୟ କୁମାର ଦାସ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଏକ ଗୁରୁତ୍ୱପୂର୍ଣ୍ଣ ଲାବରୋଟୋରୀ…

ଆଇଏଏସ୍ ଉଷା ପାଢୀ ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି

ନୂଆଦିଲ୍ଲୀ: ଆଇଏଏସ୍ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ(ବିସିଏଏସ୍‌)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ସେ ଦାୟିତ୍ୱରେ ଯୋଗ ଦେଇଥିବା ବେଳେ ଏ ନେଇ ଶ୍ରୀମତୀ ପାଢୀ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ବିସିଏଏସ ଡିଜି…

ଟ୍ରକ୍ ଅଟକାଇ ୬ କୋଟି ମୂଲ୍ୟର ମୋବାଇଲ୍ ଫୋନ୍ ଲୁଟ୍ !

ଆନ୍ଧପ୍ରଦେଶ: ଦିନ ଦ୍ୱିପହରେ ଜାତୀୟ ରାଜପଥରେ ବଡ ଧରଣର ଲୁଟ୍ । ଟ୍ରକ୍‌ରୁ ଲୁଟେରା ଲୁଟିନେଲେ ୬କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ । ଏହି ମାମଲାର ପୋଲିସ ତଦନ୍ତ କରୁଥିଲାବେଳେ ଯୋଜନାବଦ୍ଧ ଭାବେ ଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି । ମଙ୍ଗଳାବର ୬ରୁ ୭ଜଣ ଅଜଣା ବ୍ୟକ୍ତି ଆନ୍ଧ୍ରପ୍ରଦେଶ ଓ…

ଡିସେମ୍ବରରେ ପାଇଲଟ୍ ହେବେ କଙ୍ଗନା ରଣାୱତ !

ମୁମ୍ବାଇ: ପାଇଲଟ୍ ବନିବେ କଙ୍ଗନା ରଣାୱତ୍ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ହେଲେ ରିୟଲ୍‌ରେ ନୁହେ ବରଂ ରିଲ୍ ଲାଇଫରେ ତାଙ୍କୁ ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫିଲ୍ମର ଟାଇଟଲ ତେଜସ୍ ରହିଥିଲାବେଳେ…

ୟୁଜିସି ପରୀକ୍ଷା ନେଇ କ’ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ

ନୂଆଦିଲ୍ଲୀ: ଗତ ଜୁଲାଇ ୬ରେ ୟୁଜିସି ଜାରି କରିଥିବା ସର୍କୁଲାରକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି/ପିଜି ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ଜଷ୍ଟିସ୍ ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡୀ ଏବଂ ଏମଆର…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା; ହାଇକୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣକର ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ଯାହାର ଗୋଟିଏ ଦିନ ପରେ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ବିଦ୍ୟାଶ୍ରୀଙ୍କ ସମେତ ତାଙ୍କ ପରିବାର…