Latest Odisha News

BREAKING NEWS

Yearly Archives

2020

ସେପ୍ଟେମ୍ବର ୧୦ରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ…

ଆଉ ଜଣେ ପୂର୍ବତନ ବିଧାୟକଙ୍କୁ କରୋନା

କେନ୍ଦ୍ରାପଡା: ରାଜ୍ୟର ଆଉ ଜଣେ ପୂର୍ବତନ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବିଧାୟକ ଜଣକ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ନିକଟରେ ସେ ଅସୁସ୍ଥତା କାରଣରୁ ଚିକିତ୍ସା ଲାଗି ଭୁବନେଶ୍ୱରର କେୟାର ହସ୍ପିଟାଲକୁ ଯାଇଥିବା…

ଟେନିସକୁ ଅଲବିଦା କହିଲେ ବିଶ୍ୱର ସବୁଠାରୁ ସଫଳ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ

ୱାଶିଂଟନ: ବିଶ୍ୱର ସବୁଠାରୁ ସଫଳ ପୁରୁଷ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ ଶୁକ୍ରବାର ଟେନିସକୁ ଅଲବିଦା କହିଛନ୍ତି । ଆମେରିକାର ଏହି ଦୁଇ ଯାଁଆଳ ଭାଇ ବବ ବ୍ରାୟନ ଓ ମାଇକ ବ୍ରାୟନ ଦକ୍ଷତା ବଳରେ ୧୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ସେହିପରି ୧୧୯ ଟୁର ସ୍ତରୀୟ ଓ ୨୦୧୨ ଅଲିମ୍ପିକ୍ସରେ…

କରୋନା ବାହାନାରେ ହସ୍ପିଟାଲରୁ କଏଦୀ ଚମ୍ପଟ୍ !

ହାଇଦ୍ରାବାଦ: କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୯ଜଣ କଏଦୀ । ହେଲେ କରୋନାକୁ ଆଳ କରି ଚମ୍ପଟ ମାରିଲେ ୪ କଏଦୀ । କଏଦୀଙ୍କ ପାଇଁ ପୋଲିସ ନାକେଦମ ହୋଇଥିଲାବେଳେ ସିସିଟିଭ ଫୁଟେଜରୁ ମିଳିଲାନି କୌଣସି ସୁରାକ୍ । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୧୫ଦିନ ପୂର୍ବରୁ…

ସାତ ମାସରେ ଯେତିକି, ଅଗଷ୍ଟରେ ତାଠୁ ଲକ୍ଷେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ପାର କରିଛି । ଅଗଷ୍ଟ ଶେଷ ସପ୍ତାହରେ ଦେଶରେ ନୂଆ ରେକର୍ଡ କରିଛି କରୋନା । ଚଳିତମାସର ରେକର୍ଡ କହୁଛି ଦେଶରେ ମହାମାରୀ ଝଡ଼ ସୃଷ୍ଟି କରିଛି । ଫେବ୍ରୁଆରୀରୁ ଜୁଲାଇ (୬ ମାସ) ଭିତରେ ଦେଶରେ ଯେତିକି…

ଏୟାର ଇଣ୍ଡିଆ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଓ ସର୍ଟ୍ସ

ନୂଆଦିଲ୍ଲୀ: ବିମାନ କମ୍ପାନୀ ଏୟାର ଇଣ୍ଡିଆର କର୍ମଚାରୀ ମାନେ ପିନ୍ଧି ପାରିବେନି ଜିନ୍ସ, ଟି-ସାର୍ଟ। କମ୍ପାନୀ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ କର୍ମଚାରୀ ମାନେ ଜିନ୍ସ, ଟି-ସାର୍ଟ, ପୋଲୋ, ସ୍ଲିପର, ସେଣ୍ଡେଲ୍‌, କଟାଫଟା ଜିନ୍ସ, ଲୋ କଟ୍‌, ଟ୍ରାନ୍ସପରେଣ୍ଟ ପୋଷାକ ଆଦି…

[ଭାଇରାଲ ଭିଡ଼ିଓ] ସମୁଦ୍ରରେ ବିସ୍ଫୋରଣ, ବୁଡିଗଲା ୧୫୦ ଫୁଟ୍‌ର ବିଳାସମୟ ନୌକା !

ଭୁବନେଶ୍ୱର: ସମୁଦ୍ର ମଝିରେ ତୀବ୍ର ବିସ୍ଫୋରଣ । ପ୍ରଥମେ ଜଳିଲା ପରେ ବୁଡିଗଲା ୧୫୦ଫୁଟ୍‌ର ବିଳାସମୟ ନୌକା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଏହାକୁ ଜାରି କରିଛି ଇଟାଲୀୟ କୋଷ୍ଟ ଗାର୍ଡ । ଭିଡିଓରେ ସ୍ପଷ୍ଟ ଭାବେ ଏକ ବିରାଟ ବିଳାସମୟ ନୌକାରେ ନିଆଁ ଲାଗିଥିବାର…

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ୩କୋଟିରେ ପଂହଚିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗ୍ଲାମରସ ଲୁକ୍ ଓ ଫଟୋ ଶେୟାର କରି ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ସାଇଟରେ ଉର୍ବଶୀ ତାଙ୍କ ପ୍ରଶଂସକଙ୍କ ମନକୁ ଛୁଇଁଲା ଭଳି ଫଟୋ ମଧ୍ୟ ଶେୟାର କରିଥାନ୍ତି ।…

ଗଞ୍ଜାମକୁ କାଟିଦେଲେ ଖୋର୍ଦ୍ଧା ଓ ରାୟଗଡ଼ା

ଭୁବନେଶ୍ୱର: ରାଜ୍ୟରେ ୯୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରେଡହଟ୍ ଥିବା ଗଞ୍ଜାମରେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଟେନସନ୍ ବଢ଼ାଇଛି ଖୋର୍ଦ୍ଧା । ନୂଆ ହଟସ୍ପଟ ହେଲାଣି ରାୟଗଡ଼ା । ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା-ରାୟଗଡ଼ା…

ଜାପାନ ପ୍ରଧାନମନ୍ତ୍ରୀ ପଦ ଛାଡିବେ ଶିଞ୍ଜୋ ଆବେ!

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ପେଟ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ସେ ଅସୁସ୍ଥ ଅଛନ୍ତି । ୬୫ ବର୍ଷୀୟ ଆବେ ୧୭ ଓ ୨୪ ଅଗଷ୍ଟରେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ ଆସିଛନ୍ତି । ଶୁକ୍ରବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରି…