Latest Odisha News

BREAKING NEWS

Yearly Archives

2020

କରୋନାରେ ମୃତ୍ୟୁବରଣ କରିଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ଦୁଇ ଜଣେ ସାମ୍ବାଦିକ କରୋନା ସଂକ୍ରମଣରେ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।…

ବଲାଙ୍ଗିରରେ ୪ ଦିନିଆ ସଟଡାଉନ

ବଲାଙ୍ଗିର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଜିଲ୍ଲାକୁ ଗୁରୁବାର ଦିନ ଠାରୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ସଟଡାଉନ୍ ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୩ ତାରିଖ ମଧ୍ୟରାତ୍ରି…

ଜୟାଲଳିତାଙ୍କ ଘରୁ ମିଳିଲା ୪ କେଜି ସୁନା, ୮୦୦୦ରୁ ଊର୍ଦ୍ଧ୍ୱ ପୁସ୍ତକ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଲିତାଙ୍କ ଘରୁ ୪ କେଜିରୁ ଅଧିକ ସୁନା ଏବଂ ୬୦୦୦ କେଜିର ରୂପା ମିଳିଛି । ଏଆଇଏଡିଏମକେର ସାଧାରଣ ସମ୍ପାଦକ ସ୍ୱର୍ଗତଃ ଜୟଲଳିତାଙ୍କ ବାସଭବନ ଦେବ ନିଲୟମଙ୍କୁ ସ୍ମାରକୀ କରାଯିବ । ଏ ନେଇ ସରକାରଙ୍କ ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯାଇଛି…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ କହିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ; ବତାଇଲେ ୨୬ କାରଣ

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଏଥିସହିତ ସେ ୨୬ଟି କାରଣ ସମ୍ପର୍କରେ ମଧ୍ୟ ବତାଇଛନ୍ତି। ସୁବ୍ରମଣ୍ୟମଙ୍କ ଏଭଳି କଥା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ…

କରୋନା ପଜିଟିଭ ଚିହ୍ନଟ ପରେ ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ସିଲ୍‌

ବଲାଙ୍ଗିର: କରୋନା ସଂକ୍ରମିତ ୩ ଜଣ ରୋଗୀ ଚିହ୍ନଟ ହେବା ପରେ ଗୁରୁବାର ଦିନ ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ଯୁନିଟକୁ ସିଲ୍ କରି ଦିଆଯାଇଛି । ମେଡିକାଲ୍ କଲେଜର ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ କହିଛନ୍ତି ଯେ ଆଇସିୟୁର ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯିବା ଲାଗି ବ୍ୟବସ୍ଥା…

ବଢୁଛି ସ୍ଥାନୀୟ ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା କଟକ ମାଲଗୋଦାମ ବେହେରା ସାହି

କଟକ: କଟକରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସମ୍ପୃକ୍ତ ଅଞ୍ଚଳରେ ଏକାଧିକ…

ସୁନ୍ଦରଗଡରେ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨୯୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।…

ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ । ଏହି ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଇମ୍ଫାଲଠାରୁ ୯୫କିଲୋମିଟର ଦୂରରେ ଥିବା ଚନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ, ମଣିପୁରର…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ସୋନପୁରର ଏହି ସହର

ସୋନପୁର: ସୋନପୁରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ସୋନପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରେ ପରିବହନ କାର୍ଯ୍ୟାଳୟ ଯାଏଁ, ପଶ୍ଚିମରେ ସାକ୍ଷୀ ସେଣ୍ଟର ଯାଏଁ,…