Latest Odisha News

BREAKING NEWS

Yearly Archives

2021

ଅଧରାତିରେ ସରିଗଲା ଅକ୍ସିଜେନ୍, ଆଖି ବୁଜିଲେ ୧୩ କରୋନା ରୋଗୀ

ପାନାଜୀ: ଗୋଆର ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଲାଗି ରହିଛି । ୪ ଦିନରେ ଗୋଟିଏ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ୭୫ ରୋଗୀ ପ୍ରାଣ ହରାଇଲେଣି । ସୂତ୍ର ଅନୁସାରେ, ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଦିନ ମଧ୍ୟରେ…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୂଚନା ଅନୁଯାୟୀ, ଏଥିରେ ଜଣେ କୁଖ୍ୟାତ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ରାମ କଡ଼ତି ବୋଲି ଦାନ୍ତେୱାଡା ଏସପି ଅଭିଶେଖ…

ବ୍ରହ୍ମପୁର ମଣ୍ଡଳ କାରାଗାରରେ ପଶିଲା କରୋନା, ୪୮ ଅନ୍ତେବାସୀ ପଜିଟିଭ୍

ବ୍ରହ୍ମପୁର: ଜେଲରେ କରୋନା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ୮୪ କଏଦୀଙ୍କ RT-PCR ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ…

ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ଚର୍ଚ୍ଚାକୁ ଆସିଥିବା ସାହାସୀ ଯୁବତୀଙ୍କୁ ବି ନେଇଗଲା କରୋନା

ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ସଂକ୍ରମିତ ଜଣେ ଯୁବତୀ ଏହାକୁ ଭୟ ନ କରି ମୁକାବିଲା କରିବା ସହ ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ମଜା ଉଠାଉଥିଲା । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ମାତ୍ର ଦୁଃଖର କଥା ଏହି ୩୦ ବର୍ଷୀୟ ଯୁବତୀଜଣଙ୍କୁ କିନ୍ତୁ ବଂଚା ଯାଇ ପାରି ନ ଥିଲା ।…

ବିଶ୍ୱାସମତ ହାରିବା ୩ ଦିନ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ନେପାଳର ରାଜନୈତିକ ଅସ୍ଥିରତା ଲଗି ରହିଥିବା ବେଳେ ଅନେକ ଥର ନୂଆ ଡ୍ରାମା ଦେଖିବାକୁ ମିଳୁଛି । ୩ ଦିନ ତଳେ ବିଶ୍ୱାସବତ ହାରିବା ପରେ କେପି ଶର୍ମା ଓଲୀ ପୁନର୍ବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ନେପାଳ ସମ୍ବିଧାନ ଧାରା ୭୬(୩) ଅନୁସାରେ ଏହି ନିଷ୍ପତି…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…

ଦୈନିକ ସଂକ୍ରମଣ ସହ ମୃତ୍ୟୁରେ ବି କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟର କରୋନ ମୃତ୍ୟୁହାର ଜାତୀୟ ହାରର…

ସବୁ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ସପ୍ତାହକ ପରେ ପୁଣି ୧୨ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହକ ପରେ ପୁଣି ଥରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୨ ହଜାର ପାର୍ କରିଛି । ଗତ ୭ ତାରିଖରେ ରାଜ୍ୟରେ ୧୨ ହଜାର ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ଟି ସଂକ୍ରମଣ…