Latest Odisha News

BREAKING NEWS

Yearly Archives

2021

ଓଡ଼ିଶାକୁ ଓମିକ୍ରନ୍ ରିସ୍କ ଦେଶରୁ ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଛାନିଆ ହୋଇଥିବା ବେଳେ ଓଡ଼ିଶାରେ ଚିନ୍ତା ବଢ଼ିଲାଣି । ଓମିକ୍ରନ୍ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ଏହାପରେ ୨୯ ତାରିଖରେ ଆସିଛନ୍ତି ଆଉ ୧୫୬ ଜଣ ।…

୪୦ ବର୍ଷରୁ କମ୍ ବୟସ୍କଙ୍କୁ ଆଟାକ୍ କରୁଛି ଓମିକ୍ରନ୍ !

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏବେ ୨୦ରୁ ଅଧିକ ଦେଶରୁ ନୂଆ ଭାରିଆଣ୍ଟ ଜନିତ କେସ୍ ସାମନାକୁ ଆସିଛି । ଅଧିକ ଗବେଷଣା ଚଳାଇଛନ୍ତି ବୈଜ୍ଞାନିକ । କେତେ ସଂକ୍ରାମକ ଓ ପ୍ରାଣଘାତୀ ଓମିକ୍ରନ୍…

୧୧ ଦିନରେ ପହଁଞ୍ଚିଲା ତପସ୍ୱିନୀଙ୍କ ଧାରଣା ,ଆଜି ମାମଲାର ଶୁଣାଣି

ବ୍ରହ୍ମପୁର : ଶ୍ୱଶୁର ଘର ସାମ୍ନାରେ ବୋହୁ ଧାରଣା ଦେବା ଘଟଣା । ଆଜିକୁ ୧୧ ଦିନରେ ପହଁଚିଛି ତପସ୍ୱିନୀ ଦାସଙ୍କ ଧାରଣା । ତପସ୍ୱିନୀଙ୍କ ଗୋଟିଏ ଜିଦ୍ ସ୍ୱାମୀଙ୍କ ସହ ରହିବି। ହେଲେ ଆଜି ଏହି ମାମଲାର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବାର ରହିଛି । ଏହା ସହ ଛାଡପତ୍ର ନିମନ୍ତେ ସ୍ୱାମୀ କୋର୍ଟରେ…

ଦକ୍ଷିଣ ଆଫ୍ରିକା ଗସ୍ତ ଘୁଂଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଂଆଟର ବିପଦକୁ ଦେଖି ଏବେ ବି ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି ରୂପରେଖ ଚୂଡାନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଗସ୍ତକୁ ବାତିଲ ନ କରି ଘୁଂଚାଇବା ଲକ୍ଷ୍ୟରେ ରହିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ବୟାନ…

[ଭିଡ଼ିଓ] ରାଜ ରାସ୍ତାରୁ ରାଜଭବନ ଯାଏଁ ଦରଦାମ ବୃଦ୍ଧିର ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାରୁ ରାଜଭବନ ପହଞ୍ଚିଲା ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା । ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ଧାରଣାରେ ସାମିଲ । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି…

୩୩ ଛାତ୍ରଛାତ୍ରୀ ପଜିଟିଭ୍ ପରେ ଢେଙ୍କାନାଳରେ +୨ ଆବାସିକ କଲେଜ ସିଲ୍

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ପରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଯୁକ୍ତ ଦୁଇ ଆବାସିକ କଲେଜ ସିଲ୍ । କଲେଜ ସହ ହଷ୍ଟେଲ ବିଲଡିଂକୁ ସିଲ୍ କରିଛି ଢେଙ୍କାନାଳ ପୌର ପ୍ରଶାସନ । ତାଗିଦ ସତ୍ତ୍ୱେ ପିଲାମାନେ…

ଫର୍ଚୁନ ଇଣ୍ଡିଆ ଶକ୍ତିଶାଳୀ ମହିଳା: ଶୀର୍ଷରେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫର୍ଚୁନ ଇଣ୍ଡିଆ ଦେଶର ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ହୁ ବୈଜ୍ଞାନିକ…

‘ଓ୍ବେଲ୍ ମାର୍କଡ୍‌’ ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର…

ବିଧାନସଭାରେ ମମିତା ତାତି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ଉଠିଲା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ହୋହଲ୍ଲା ଭିତରେ ମାତ୍ର ୧୫ ସେକେଣ୍ଡ ଭିତରେ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ଣ…

କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ ଲୋକମାନେ…