Latest Odisha News

BREAKING NEWS

Yearly Archives

2021

ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ନେତା ଭି.କେ ଶଶିକଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନରନ୍ତର ଭାବେ ନଜର ରଖାଯାଇଛି। ଏ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା…

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ସ୍ମୃତିରେ କଟକ ସହର

“ଗତ ଶତାବ୍ଦୀର ଅଶି ଦଶକରେ ମୋ ବାପା ଜାନକୀନାଥ ବୋଷ କଟକରେ ନିଜକୁ ଜଣେ ଓକିଲ ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇଠି ୨୩ ଜାନୁଆରୀ, ୧୮୯୭ରେ ମୋର ଜନ୍ମ। ମୋ ବାପା ମହୀନଗର ସ୍ଥିତ ବୋଷ ପରିବାରର ବଂଶଧର। ,ମା ପ୍ରଭାବତୀ ହାଟଖୋଲା ଦତ୍ତ ପରିବାରର ଝିଅ। ମୁଁ ମୋ ବାପାଙ୍କର ଷଷ୍ଠ ସନ୍ତାନ ଓ ଭାଇ…

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ…

ବିସିସିଆଇର ନୂଆ ନିୟମ, ଖେଳାଳିଙ୍କୁ ଦେବାକୁ ପଡ଼ିବ ନୂଆ ଫିଟନେସ ଟେଷ୍ଟ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଭାରତ ୨-୧ରେ ଜିତି ନେବାରେ ସଫଳ ହୋଇଥିବା ବେଳେ ଅଶ୍ୱିନ, ବୁମରାହଙ୍କ ଭଳି ଷ୍ଟାର ଖେଳାଳି ଆହତ ହେବା ଭାରତୀୟ ଦଳକୁ ସମସ୍ୟାରେ ପକାଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଶିକ୍ଷା ପାଇଥିବା ବିସିସିଆଇ ଏବେ ଖେଳାଳିଙ୍କ ଲାଗି ନୂଆ ଫିଟନେସ୍…

ବାଇଡେନ୍‌ ପ୍ରଶାସନ ବିରୋଧରେ ପ୍ରଥମ ପ୍ରମୁଖ ମକଦ୍ଦମା ଦାଏର କଲା ଟେକ୍ସାସ୍‌

ନୂଆଦିଲ୍ଲୀ: ଅଣ-ଦସ୍ତାବିଜିତ ପ୍ରବାସୀମାନଙ୍କୁ ଅଧିକାଂଶ ଦେଶରୁ ବିତାଡିତ କରିବା ପଦ୍ଧତିକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଟେକ୍ସାସ୍ ଆମେରିକା ସରକାରଙ୍କ ନିକଟରେ ମକଦ୍ଦମା ଦାୟର କରିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଦୁଇ ଦିନ ମଧ୍ୟରେ ଚ୍ୟାଲେଞ୍ଜ କରୁଥିବା ପ୍ରଥମ ପ୍ରମୁଖ…

ନେତାଜୀଙ୍କ ନାଁରେ କଟକରେ ବସ ଟର୍ମିନାଲ, ସୁଭାଷ ବୋଷଙ୍କ ଜୟନ୍ତୀରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ତାଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ନାଁରେ…

ବ୍ରିଟେନରେ ରହିବାକୁ ଆଉ ଏକ ବାଟ ଖୋଜୁଛନ୍ତି ମାଲ୍ୟା

ନୂଆଦିଲ୍ଲୀ: ବିଜୟ ମାଲ୍ୟା ବ୍ରିଟେନରେ ରହିବାକୁ ଅନ୍ୟ ଏକ ବାଟ ଖୋଜୁଛନ୍ତି। ଏଥିପାଇଁ ସେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ଲଣ୍ଡନର ବ୍ରିଟେନ ହାଇକୋର୍ଟରେ ମାଲ୍ୟାଙ୍କ ଦେବାଳିଆ ପ୍ରକ୍ରିୟା ଉପରେ ଶୁଣାଣି ବେଳେ ତାଙ୍କ ଆଇନ ପ୍ରତିନିଧୀ ଏହି…

ଆଜି ‘ପରାକ୍ରମ ଦିବସ’ ଉଦଘାଟନୀ ସମାରୋହରକୁ ସମ୍ବୋଧନ କରିବେ ପିଏମ୍‌ ମୋଦୀ

କୋଲକାତା: ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ତଥା ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର କୋଲକାତାରେ ପହଞ୍ଚିଛନ୍ତି। ଭିକ୍ଟୋରିଆ ମେମୋରିଆଲ ହଲରେ ସଂନ୍ଧ୍ୟା ପ୍ରାୟ ୫ ଟା ଠାରୁ 'ପରାକ୍ରମ…

ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଯୁବକ

ପାରାଦୀପ: ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ…

ବ୍ରାଜିଲକୁ ୨୦ ଲକ୍ଷ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ଦେଲା ଭାରତ

ନୂଆଦିଲ୍ଲୀ: ସହାୟତାର ହାତ ବଢ଼ାଇଲା ଭାରତ । ବ୍ରାଜିଲକୁ ଦେଲା କରୋନା ଭ୍ୟାକ୍ସିନର ୨୦ ଲକ୍ଷ ଡୋଜ୍ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ, ବ୍ରାଜିଲକୁ କୋଭିଡ୍ ଭ୍ୟାକ୍ସିନ୍ ପଠାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜୟଶଙ୍କର ଲେଖିଛନ୍ତି- ବିଶ୍ୱର ଫାର୍ମାସୀ ଉପରେ ଭରସା ଅଛି ।…