Latest Odisha News

BREAKING NEWS

Yearly Archives

2021

ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ…

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି ପ୍ରସ୍ତୁତି । ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ…

ଭାରତରେ କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, ନିୟନ୍ତ୍ରିତ କରିବାକୁ ହେବ

ଦିଲ୍ଲୀ : ‘କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରିହେବ,’ ଏପରି ମତ ପ୍ରକାଶ ପାଇଛି ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ । କ୍ରିପ୍ଟୋ ଫାଇନାସନ୍ସ ସମ୍ପର୍କରେ ଆଜି  ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ଆଲୋଚନା ହୋଇଥିଲା ।…

ଅଟୋ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ…

ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା

ଭୁବନେଶ୍ୱର : ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା । କାର୍ତ୍ତିକ ପୂର୍ଣ୍ଣିମାରେ କଟକଣା ଲାଗୁ ହେଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ…

[ଭିଡ଼ିଓ] ପରିତ୍ୟକ୍ତ ଟାୟାରରେ ସୁନ୍ଦର କଳାକୃତି

ବ୍ରହ୍ମପୁର: ବର୍ଜ୍ୟବସ୍ତୁରୁ ସୁନ୍ଦର କଳାକୃତି । ବ୍ରହ୍ମପୁରର କିଛି ଆଇଟିଆଇ ଛାତ୍ରଙ୍କ ଦ୍ୱାରା ତିଆରି ହୋଇଛି ଏହି କୃତି । ୧୦୦ଜଣ ଛାତ୍ର ମିଶି ତିଆରି କରୁଛନ୍ତି ଟାୟାର ପାର୍କ । ୪ହଜାର ବର୍ଗମିଟର ସ୍ଥାନରେ ପୁରୁଣା ଭଙ୍ଗା ଟାୟାରରେ ଅଭିନବ ଢଙ୍ଗରେ ତିଆରି କରିଛନ୍ତି କିଛି କଳାକୃତି ।…

ହାର୍ଦ୍ଦିକଙ୍କ ୫ କୋଟି ଟଙ୍କାର ଘଂଟା ଜବତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କା ମୂଲ୍ୟର ୨ଟି ଘଂଟା କଷ୍ଟମ ବିଭାଗ ଜବତ କରିଛି । ଏହି ଘଂଟା ପାଇଁ ତାଙ୍କ ପାଖରେ ଇନଭଏସ ନ ଥିଲା । ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରୁ ବିଦା ହେବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିଥିଲା । ବିଳମ୍ବିତ ରାତିରେ କଷ୍ଟମ…

[ଭିଡ଼ିଓ] ବାଡ଼ିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି

ଉମରକୋଟ: ବାଡ଼ିରେ ଫଳିଛି କାକୁଡି । ହେଲେ ତାହା ସମ୍ପୁର୍ଣ୍ଣ ଭିନ୍ନ ଧରଣର । ଦେଖିବାକୁ ଠିକ୍ କରୋନା ଭାଇରସ୍ ଆକୃତିର । ଯାହାକି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସରାଗୁଡ଼ା ଗ୍ରାମରେ । ଯେଉଁଠି ଜଣକ ଘରେ ଏଭଳି…

ପୁରୀ ଓ ଗଞ୍ଜାମ ଜିଲ୍ଲାର ୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ନେଇ ବୈଠକ, ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବ୍ରହ୍ମଗିର ବ୍ଲକର ରାୟବିଧାର ପଞ୍ଚାୟତ ଭଣ୍ଡାରିକୁଦରେ ଥିବା ୫୯ଟି ଗାଁକୁ ଯୋଗାଇବାକୁ ଥିବା ବିଶୁଦ୍ଧ ପାନୀୟ…

୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ…