କବିତା : କିଛି ମୁହୂର୍ତ୍ତ ପାଇଁ
ବିଜୟ କୁମାର ପାତ୍ର
କିଛି ମୁହୂର୍ତ୍ତ ପାଇଁ, ହେଉ ପଛେ,
ଲୁଚି ଯିବା ଚାଲ...
ଅର୍ଜିଥିବା ସମ୍ପର୍କକୁ ବନ୍ଦୀକରି;
ହଳେ ଆଖି ଭିତରେ,
ପରେ ବରଂ......
ଦୁଇ ବୁନ୍ଦା ଶ୍ରାବଣରେ
ନିଗାଡ଼ି ଦେବା,
ତୋ ମୋ ଭିତରେ ଥିବା ପାର୍ଥକ୍ୟକୁ,
ଅନ୍ତତଃ..
ସ୍ବପ୍ନ ଗୁଡାକୁ
ଅଦଳ ବଦଳ କରି…