Latest Odisha News

BREAKING NEWS

Yearly Archives

2023

ଗ୍ୟାସରୁ ରାଜ୍ୟ ପାଉଥିବା ଅଂଶରୁ ସିଂହଭାଗ ଟଙ୍କା ଛାଡ଼ କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଜେଡି, ବିଜେପି ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ବିଜେଡି ଗ୍ୟାସ ଦର ବୃଦ୍ଧି ପାଇଁ ବିଜେପିକୁ ସମାଲୋଚନା କରିଛି । ଯାହାର ଜବାବ ଦେଇ ବିଜେପି କହିଛି, ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ…

ମୟୂରଭଞ୍ଜ ଗସ୍ତରେ 5T ସଚିବ, ପର୍ଯ୍ୟଟନସ୍ଥଳୀ ସହ ଐତହ୍ୟସ୍ଥଳୀର ହେବ ନବୀକରଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଐତହ୍ୟ ସ୍ଥଳ ଝଲସିବ । ଖିଚିଂ, ଦେବକୁଣ୍ଡ, ଭୀମକୁଣ୍ଡ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ନବୀକରଣ ହେବ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ନୂଆ ରୂପ ପାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି…

ପାଣି ପାଇଁ ଲୋକେ ଡହଳ ବିକଳ, ଏପଟେ ଅଯଥା ନଷ୍ଟ ହେଉଛି ଜଳ

ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍ ଲାଇନ୍ ସଂଯୋଗ…

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୮୭ କୋଟିର ବଜେଟ୍, ଗତବର୍ଷ ଅପେକ୍ଷା ଅଧିକ ୧୦୦ କୋଟି

କଟକ: କଟକ ମହାନଗର ନିଗମରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଗତ ହୋଇଛି ବଜେଟ୍ । ଚଳିତ ବର୍ଷ ୫୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କାର ବଜେଟ୍ ଆଗତ ହୋଇଛି କାଉନସିଲ୍ ବୈଠକରେ । ଆସନ୍ତା ୯ ତାରିଖରେ ବଜେଟର ପୂର୍ଣ୍ଣାଙ୍ଗ ରୂପ ଧାର୍ଯ୍ୟ କରାଯାଇ ସରକାରଙ୍କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି…

ବିଶ୍ୱ ପୁନଃଉତ୍ଥାନର ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ଆଲୋଚନାଚକ୍ର

ଭୁବନେଶ୍ୱର: ଏସିଆଟିକ୍ ସୋସାଇଟି ଫର୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ୱିମେନ୍ସ ଷ୍ଟଡିଜ୍ ଓ ଇତିହାସ ବିଭାଗ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ୩ ଦିନିଆ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି । ଆଲୋଚନାଚକ୍ରରେ…

ଡିଏନ୍ ଫେରିଟେଲ : ସ୍ୱପ୍ନରୁ ବାସ୍ତବତା ପର୍ଯ୍ୟନ୍ତ…

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ୍” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।…

ଡବ୍ଲ୍ୟୁପିଏଲର ଅଫିସିଆଲ ମାସ୍କଟ ଉନ୍ମୋଚିତ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ଉଦଘାଟନୀ ସଂସ୍କରଣ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ଏଥିନେଇ ବିସିସିଆଇ ଓ ଓମ୍ୟାନ ପ୍ରିମିୟର ଲିଗ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାର ଅଫିସିଆଲ ମାସ୍କଟ ଉନ୍ମୋଚନ କରିଛନ୍ତି । ଏହାର…

ନବୀକରଣ ନାଁରେ ପ୍ରାଚୀନ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଭାଙ୍ଗି ଦେଉଥିବା ଅଭିଯୋଗ

କୋରାପୁଟ: ନବୀକରଣ ନାଁରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁରାତନ ମନ୍ଦିର ଗୁଡ଼ିକୁ ଭାଙ୍ଗି ଦେଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ମୁଖ୍ୟାଳୟରୁ ୪୫ କିଲୋମିଟର ଦୂରରେ ଥିବା ଗୋରାହାଣ୍ଡିର ବିଷ୍ଣୁ ମନ୍ଦିର ଓ ଫୁଫୁଗାମର ଜୈନ ମନ୍ଦିର ପରିଦର୍ଶନ ପରେ ଏଭଳି ଅଭିଯୋଗ କରିଛି ଇନଟାକ୍ ଓଡ଼ିଶା…

ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପ: ଓଡିଶାର କିଶୋରଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: କର୍ଣ୍ଣାଟକର ବେଲାରୀରେ ଚାଲିଥିବା ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି । ୨୭ ବର୍ଷୀୟ କିଶୋର କୁମାର ଜେନା ୭୮.୯୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ…

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…