ଉତ୍ତରାଖଣ୍ଡ: ଚଳିତବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ୯,୧୭,୧୧୭ ଜଣ ଭକ୍ତ ଚାରଧାମ ଦର୍ଶନ କରି ପୁଣ୍ୟ ଅର୍ଜନ କରିସାରିଲେଣି। ସବୁଠାରୁ ଅଧିକ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । କେଦାରନାଥ ଧାମରେ ଭକ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି।
ଛଅ ମାସ ପରେ ୨ ମେ ୨୦୨୫ରେ କେଦାରନାଥ ଧାମ ମନ୍ଦିରର ଦ୍ୱାର ଖୋଲିଥିଲା ।ସେହି ଦିନଠାରୁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଏପର୍ଯ୍ୟନ୍ତ ୩,୮୦,୮୯୭ ଭକ୍ତ ବାବା କେଦାରଙ୍କ ଦର୍ଶନ କରିସାରିଛନ୍ତି। ୧୮ ମେରେ ୨୪,୩୩୬ ଜଣ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରେ ୧୫,୧୭୦ ପୁରୁଷ, ୮,୮୧୪ ମହିଳା ଏବଂ ୩୫୨ ପିଲା ଥିଲେ।
ସେହିପରି ବଦ୍ରିନାଥ ଧାମର ଦ୍ୱାର ୪ ମେରେ ଖୋଲାଯାଇଥିଲା। ଏପର୍ଯ୍ୟନ୍ତ ୨,୧୨,୪୮୯ ଭକ୍ତ ଭଗବାନ ବଦ୍ରିନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧,୨୪,୭୫୨ ପୁରୁଷ, ୭୭,୦୨୮ ମହିଳା ଏବଂ ୧୦,୭୦୯ ପିଲା ରହିଛନ୍ତି। ୧୮ମେ ଦିନ ୧୯,୨୫୦ ଜଣ ଭକ୍ତ ବାବା ବଦ୍ରିନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିଲେ। ସେମାନଙ୍କ ମଧ୍ୟରେ ୧୦,୬୫୫ ପୁରୁଷ, ୭,୯୨୨ ମହିଳା ଏବଂ ୬୭୩ ପିଲା ରହିଥିଲେ।
ଏପ୍ରିଲ ୩୦ତାରିଖରେ ରୀତିନୀତି ସହିତ ଯମୁନୋତ୍ରୀ ଧାମର ଦ୍ୱାର ଖୋଲାଯାଇଥିଲା। ଦ୍ୱାର ଖୋଲିବା ପରଠାରୁ ୧,୬୮,୦୧୩ ଜଣ ଭକ୍ତ ମାତା ଯମୁନାଙ୍କ ଆଶୀର୍ବାଦ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୮୮,୩୭୪ ପୁରୁଷ, ୭୪,୫୫୧ ମହିଳା ଏବଂ ୫୦୮୮ ପିଲା ଅନ୍ତର୍ଭୁକ୍ତ। ୧୮ ମେରେ ୧୦,୩୨୭ ଜଣ ଭକ୍ତ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିଲେ। ସେମାନଙ୍କ ଭିତରେ ୫,୫୯୦ ପୁରୁଷ, ୪,୪୨୨ ମହିଳା ଏବଂ ୩୧୫ ପିଲା ଥିଲେ।
ଗଙ୍ଗୋତ୍ରୀ ଧାମର ଦ୍ୱାର ମଧ୍ୟ ୩୦ ଏପ୍ରିଲରେ ଖୋଲାଯାଇଥିଲା। ଦ୍ୱାର ଖୋଲିବା ପରଠାରୁ, ୧,୫୫,୭୧୮ ଜଣ ଭକ୍ତ ମାତା ଗଙ୍ଗାଙ୍କ ଆଶୀର୍ବାଦ ନେଇଛନ୍ତି। ଯେଉଁଥିରେ ୮୩,୪୩୩ ପୁରୁଷ, ୬୮,୩୦୮ ମହିଳା ଏବଂ ୩,୯୭୭ ପିଲା ଅନ୍ତର୍ଭୁକ୍ତ। ଯଦି ଆମେ ୧୮ ମେ ଦିନକୁ ଦେଖିବା ତେବେ ୧୦,୧୦୬ ଜଣ ଭକ୍ତ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିଲେ। ସେମାନଙ୍କ ମଧ୍ୟରେ ୫,୬୩୨ ପୁରୁଷ, ୪,୧୮୩ ମହିଳା ଏବଂ ୨୯୧ ପିଲା ଥିଲେ।
Comments are closed.