Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟି ତଳକୁ ଖସିଲା କାର, ୩ ମୃତ, ଜଣେ ଗୁରୁତର

କୋରାପୁଟ: ଘାଟି ତଳକୁ ଖସିଲା କାର । କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗୋଟେ ପରବାରର ୪ଜଣ ଆଜି ସକାଳୁ ଏକ କାରରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପଟଣା ବୁଲିବାକୁ ଯାଉଥିଲେ । ଯିବା ବାଟରେ ଯୋଡିମାଡ଼ିଲି ନିକଟ ଘାଟିରେ କାରଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଅନ୍ୟପଟେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.