Latest Odisha News

BREAKING NEWS

ଶୀତ ଦିନେ କିପରି ନେବେ ଶିଶୁ ଓ ବୟସ୍କଙ୍କ ଯତ୍ନ, ଜାଣନ୍ତୁ…

ଭୁବନେଶ୍ଵର: ଧିରେ ଧିରେ ବଢ଼ିବାରେ ଲାଗିଛି ଶୀତର ପ୍ରଭାବ । ଶୀତର ପ୍ରଭାବ ବଢିବା ସହ ଶରୀରରେ ଦେଖାଯାଏ ଅନେକ ପ୍ରକାର ରୋଗ । ଶୀତଦିନେ ବଦଳୁଥିବା ପାଣିପାଗ ଏବଂ ବାୟୁ ପ୍ରଦୂଷଣ ହେତୁ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର, ଥଣ୍ଡା,କାଶ ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ । ସେହିପରି ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ପିଲାମାନଙ୍କଠାରେ ଏହି ସମସ୍ୟା ଭାଇରାଲ୍ ଜ୍ୱର ଦ୍ୱାରା ବଢିଯାଏ। ଏହା ବ୍ୟତୀତ ପିଲାମାନଙ୍କର ଥଣ୍ଡା ଦିନେ ଡାଇରିଆ ହେବାର ଭୟ ରହିଥାଏ । ଏହି ଦିନେ ହଜମ ଶକ୍ତି ବ୍ୟାହତ ହୁଏ । ଏହା ସହିତ ଛୋଟ ପିଲାଙ୍କୁ ଇନ୍‌ଫେକସନ୍ ହେବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଯଦି ଆପଣଙ୍କ ଘରେ ଛୋଟପିଲା ଓ ବୟସ୍କ ଲୋକ ଅଛନ୍ତି ତେବେ ଏହି ଶୀତଦିନେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ଜାଣି ରଖନ୍ତୁ।

ବୟସ୍କଙ୍କ ଯତ୍ନ

ମର୍ଣ୍ଣିୱାର୍କ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଶୀତଦିନେ ସକାଳୁ ଓ ସନ୍ଧ୍ୟାରେ ଅତ୍ୟଧିକ ଥଣ୍ଡା ପଡିବା କାରଣରୁ ବୟସ୍କ ଲୋକଙ୍କୁ ମର୍ଣ୍ଣିୱାର୍କ କରିବା ପାଇଁ କିମ୍ବା ଇଭିନିଙ୍ଗ୍‌ ୱାର୍କ ଯିବାକୁ ଦିଅନ୍ତୁ ନାହିଁ। ଅଧିକ ଫ୍ୟାଟ ଥିବା ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଏବଂ ସିଗାରେଟ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରଖନ୍ତୁ। ଘରର ବୟସ୍କ ଲୋକଙ୍କ ଶରୀରର କୋଲେଷ୍ଟ୍ରଲ୍‌ ଓ ରକ୍ତଚାପ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟରେ ଲୁଣ, ଲହୁଣୀ ଓ ଘିଅର ମାତ୍ରା କମ କରନ୍ତୁ। ଯେତେ ସମ୍ଭବ ତାଙ୍କୁ ମାନସିକ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରଖନ୍ତୁ।

ଶିଶୁଙ୍କ ଯତ୍ନ

ଛଅ ମାସରୁ କମ୍‌ ବୟସର ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। ପିଲାଙ୍କୁ ସବୁବେଳେ ଗରମ ପୋଷାକ ପିନ୍ଧାନ୍ତୁ ଓ ଥଣ୍ଡା ଠାରୁ ଦୂରେଇ ରଖନ୍ତୁ। ଛୋଟପିଲାଙ୍କ ଠାରୁ ଏପରି ଜିନିଷକୁ ଦୂରେଇ ରଖନ୍ତୁ ଯାହା ତାଙ୍କୁ ବେମାର କରିବ। ବିଶେଷ କରି ବାହାର ଖାଇବା ଠାରୁ ଦୂରେଇ ରଖନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଓ ପାଣିକୁ ଫୁଟାଇ ପିଇବାକୁ ଦିଅନ୍ତୁ। ଶୀତଦିନ ସକାଳର ଖରାରେ ବସିବାକୁ ଦିଅନ୍ତୁ କିନ୍ତୁ ମୁଣ୍ଡ ଉପରେ ଅଧିକ ଖରା ପଡିବାକୁ ଦିଅନ୍ତୁ ନାହିଁ। ଏହାବ୍ୟତୀତ ମିଠା ମଧ୍ୟ କମ୍‌ ଖାଇବାକୁ ଦିଅନ୍ତୁ ଓ ଖାଦ୍ୟରେ ଫଳ ଏବଂ ସବୁଜ ପନିପରିବାର ମାତ୍ରା ବଢାନ୍ତୁ। ଏହା ସହିତ ଘର ମଧ୍ୟରେ ଅଳ୍ପ ଅଳ୍ପ ବ୍ୟାୟମ କରିବା ପାଇଁ କୁହନ୍ତୁ।

 

Leave A Reply

Your email address will not be published.