ନାଗୌର: ରାଜସ୍ଥାନର ନାଗୌରରେ ପକ୍ଷୀ ପ୍ରେମୀଙ୍କ ମନ କିଣିବା ପରି କାର୍ଯ୍ୟ ହୋଇଛି । ପକ୍ଷୀମାନେ ରହିବା ପାଇଁ ୭ ମହଲାର ଘର ପ୍ରସ୍ତୁତ କରାଯାଇଛି । ପାଖାପାଖି ୩ ହଜାର ପକ୍ଷୀ ଏଠାରେ ସୁରକ୍ଷିତ ଭାବେ ରହିପାରିବେ । ସେମାନଙ୍କ ପାଇଁ ୨୪ ଘଂଟା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ଚଂଚଳ ଦେବୀ ବାଲଚାନ୍ଦ ଲୁଣାୱତ ଟ୍ରଷ୍ଟ, ଆଜମେର ଦ୍ୱାରା ପୀହ ଗ୍ରାମରେ ଏହି ୬୫ ଫୁଟ ଉଚ୍ଚର ବାର୍ଡ ହାଉସ ନିର୍ମିତ କରାଯାଇଛି । ଏଥିରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପିଲାମାନଙ୍କ ପାଇଁ ପାର୍କ, ବୟସ୍କଙ୍କ ପାଇଁ ପ୍ରାର୍ଥନା କକ୍ଷ ରହିଛି । ସେହିପରି ୪୦୦ରୁ ଊର୍ଦ୍ଧ୍ୱ ଗଛ ଏଠାରେ ଲଗାଯାଇଛି । ଜୈନ ସନ୍ଥ ରୂପ ମଣିଙ୍କ ପ୍ରେରଣାରେ ୧୮ରୁ ୨୦ ଯୁବକ ଏହି ଟାୱାର ପ୍ରସ୍ତୁତ କରିଥିଲେ । ଏଥିପାଇଁ ବିଭିନ୍ନ ମାଧ୍ୟମରେ ଆସୁଥିବା ଅର୍ଥକୁ ଫିକ୍ସଡ ଡିପୋଜିଟ କରାଯାଇଛି । ଏହାର ସୁଧରେ ପକ୍ଷୀମାନଙ୍କ ଆବଶ୍ୟକ କାର୍ଯ୍ୟ ପୂରଣ କରାଯାଇଛି । ବର୍ତମାନ ୫୦ ଲକ୍ଷ ଟଙ୍କା ଏହି ଏଫଡିରେ ରହିଛି ।
BREAKING NEWS
- ‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’
- ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
- ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !
- ‘ଇଣ୍ଡି ଦଳ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ NRC, CAA ଏବଂ ୟୁନିଫର୍ମ ସିଭିଲ୍ କୋଡ୍’; ମମତା
- ଛତିଶଗଡ ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ
- ବିଶାଳ ଦାସଙ୍କ ପିଏଙ୍କ ଘରେ ଆଇଟି ଟିମର ଛାନଭିନ୍
- ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ
- ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲା ୫ ଜୀବନ
- ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ
- କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା
Comments are closed, but trackbacks and pingbacks are open.