Latest Odisha News

BREAKING NEWS

ବ୍ରହ୍ମପୁରରେ ୮ ବର୍ଷର ନାବାଳିକାର ବେକ କାଟିଲେ ଦୁଇ ଯୁବକ

ବ୍ରହ୍ମପୁର: ଗୋଳନ୍ଥରା ଚିକିଟି ସୋରଳ ଗାଁରେ ଅଭାବନୀୟ ଘଟଣା । ଓଡିଆ କଲୋନୀର ଜଣେ ୮ ବର୍ଷର ନାବାଳିକାର ବେକକୁ ଦୁଇ ଯୁବକ ଛୁରୀରେ କାଟିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅନ୍ୟ ପଟରେ ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ହେମନ୍ତ ବେହେରା ଓ ଋତୁ ବେହେରାଙ୍କ ସ୍ଥାନୀୟ ଲୋକେ ଅଟକ ରଖିବା ସହ ନିସ୍ତୁକ ମାଡ ମାରିଥିଲେ । ପୋଲିସ ସେମାନଙ୍କୁ ନିଜକାବୁକୁ ନେବା ସହ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତ୍ତି କରିଛି । ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଟାଉନ ଏସ୍‌ଡିପିଓ ବିଷ୍ଣୁ ପତି ଡାକ୍ତଖାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.