Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଜୟ-ବୈଶାଳୀ

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଏବଂ ବୈଶାଳୀ ବିଶ୍ୱେଶରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀକୁ ଆଖି ଆଗରେ ରଖି ବିଜୟ ଅଳ୍ପ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଗତ ବର୍ଷ ଅଗଷ୍ଟରେ ବୈଶାଳୀଙ୍କ ସହ ବିଜୟଙ୍କ ନିର୍ବନ୍ଧ ହୋଇଥିଲା । ଆଇପିଏଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିଜୟଙ୍କୁ ବିବାହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ବିଜୟ ୨୦୧୯ ଭାରତୀୟ ବିଶ୍ୱକପ ଟିମର ସଦସ୍ୟ ଥିଲେ । ସେ ୧୨ ଅନ୍ତର୍ଜାତୀୟ ଦିନିକିଆରେ ୨୨୩ ରନ କରିବା ସହ ୪ ଉଇକେଟ ଅକ୍ତିଆର କରିଛନ୍ତି । ଏହା ଆରେଂଜ ମ୍ୟାରେଜ ଥିଲା ବୋଲି ବିଜୟଙ୍କ ବାପା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.