Latest Odisha News

BREAKING NEWS

ସୋସିଆଲ ମିଡିଆରେ ମୋଦୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ପଡିଲା ମହଙ୍ଗା, ଯୁବକଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ : ଫେସ୍‌ବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବା ଯୁବକ ଗିରଫ । ଉତ୍ତରପ୍ରଦେଶର ନୋଏଡା ସ୍ଥିତି ଜେବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଶୋଭନୀୟ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ । ପୋଲିସ ଅଭିଯୁକ୍ତର ମୋବାଇଲ ମଧ୍ୟ ଜବତ କରିଛି ।

ଫେସବୁକରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୁକ୍ତ ସୁନୁ କୁମାର ବୋଲି ଜଣାପଡ଼ିଛି । ୨୫ ବର୍ଷୀୟ ଯୁବକର ଘର ଜେବରର ଦସ୍ତମପୁର । ଫେସବୁକରେ ଆପତ୍ତିଜନକ ଟିପ୍ପଣୀ କରିଥିବା ନେଇ ବିଜପେି ଯୁବ ମୋର୍ଚ୍ଚା ନେତା ମୋନୁ ଗର୍ଗ ଥାନାରେ ଅଭିଯୋଗ କରିଥିଲେ । ପରେ ସ୍ଥାନୀୟ ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୁକ୍ତ ଯୁବକ ବିରୋଧରେ ଆଇପିସି ୧୫୩-ଏ ଅନୁସାରେ ଦଫା ଲାଗିଥିବା ପୋଲିସ କହିଛି । ଅଭିଯୁକ୍ତର ଆଇପି ଆଡ୍ରେସ୍‌ ଟ୍ରାକ୍‌ କରି ପୋଲିସ ଗରିଫ କରିଥିବା କହିଛି । ଏବେ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ରହିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.