Latest Odisha News

ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର , ନ୍ୟୁ ଇନୋଭେସନ ବିଲଡିଂରେ ସାଇ କଥା ଅମୃତର ଅଷ୍ଟମ ବାର୍ଷିକ ଉତ୍ସବ -୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଇ କଥା ଅମୃତର ମାସିକ ଆଧ୍ଯାତ୍ମିକ ପତ୍ରିକା ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ ଶିରିଡିରୁ ଆସିଥିବା ମୁଖ୍ୟପୂଜକ ପଙ୍କଜ ଯୋଶୀ, ବାଣୀବିହାର ରେଜିଷ୍ଟର ଅଭୟ କୁମାର ନାୟକ, ବିଷ୍ଣୁପ୍ରିୟା ଓତା, ସୌମ୍ୟରଞ୍ଜନ ସାମଲ ଏବଂ ସାଇକଥା ଅମୃତର ସମ୍ପାଦକ ପ୍ରସନ୍ନ କୁମାର ଜେନା, ପ୍ରକାଶିକା ଜୟନ୍ତି ଜେନା ପ୍ରମୁଖ ଯୋଗଦାନ କରିଥିଲେ।

ଏହି ଅବସରରେ ଦୀର୍ଘ ୨୦ ବର୍ଷ ଧରି କୁଷ୍ଠ ରୋଗୀମାନଙ୍କର ସେବା କରୁଥିବା ସମାଜସେବୀ ରଞନ କୁମାର ପାତ୍ରଙ୍କୁ ଏହିଅ ଉତ୍ସବରେ ସାଇକଥା ଅମୃତ ୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏହା ସହ ଦୀର୍ଘ ୧ ମାସ ଧରି ନିମ୍ବ ବୃକ୍ଷ ଲଗାଇଥିବା ୧୧ ଜଣ ପ୍ରତିଯୋଗୀ ମଧ୍ଯରୁ ନମିତା ମତଗଜ ସିଂଙ୍କୁ ବିଜେତା ଘୋଷଣା କରାଯାଇଥିଲା ଉକ୍ତ ପ୍ରତିଯୋଗିତାର ବିଜୟିନୀ ଭାବରେ ତାଙ୍କୁ ସାଇ ଦର୍ଶନ କରାଯିବ ବୋଲି ଘୋଷିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସାଇକଥା ଅମୃତ ସମ୍ପାଦକ ପ୍ରସନ୍ନ କୁମାର ଜେନା ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.