Latest Odisha News

ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ ।

ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍ ଅଭିଯୁକ୍ତମାନେ ଭୟରେ ଗାଡିଟିକୁ ଡିଭାଇଡରରେ ଧକ୍କାକରି ଧାନବିଲରେ ଲୁଚି ରହିଥିଲେ । ପରେ ପୋଲିସ ଏମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ଏମାନଙ୍କ ଠାରୁ ୯୦କେଜିର ଗଞ୍ଜେଇ ସହ ଏକ ଆମ୍ବୁଲାନ୍ସକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଗିରଫ ଦୁଇ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଅଞ୍ଚଳର ଯୋଗେଶ୍ୱର କାଳିଆ ଓ ପଶ୍ଚିମବଙ୍ଗ ଦାନ୍ତୁନ ଅଞ୍ଚଳର ସଞ୍ଜୁ ପାତ୍ର । ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 

 

Leave A Reply

Your email address will not be published.