Latest Odisha News

BREAKING NEWS

ନଡ଼ିଆ କତା ବୋଝେଇ ଟ୍ରକରୁ ୭୦୦ କିଲୋ ଗଞ୍ଜେଇ ଜବତ

ଖୋର୍ଦ୍ଧା: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ବେଳେ ଧରିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ୭୦୦ ଶହ କିଲୋ ଗଞ୍ଜେଇ ଜବତ ହୋଇଛି । ଖୋର୍ଦ୍ଧା ନିକଟ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରୁ ଚେକିଂ ବେଳେ ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ ହୋଇଥିଲା ।

ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନଡ଼ିଆ କତା ବୋଝେଇ ଟ୍ରକରେ ଆନ୍ଧ୍ରପ୍ରଦେଶର ଶ୍ରୀକ୍କାକୁଲ୍ଲମରୁ ଗଞ୍ଜେଇ ବାଲେଶ୍ୱର ଜିଲ୍ଲାକୁ ପଠାଯାଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ।

ବିଭିନ୍ନ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ପୂର୍ବରୁ ବାଇଗଣ ଓ କୋବି ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ।

Leave A Reply

Your email address will not be published.