Latest Odisha News

BREAKING NEWS

ଆର୍ମି ଅଞ୍ଚଳର ଫୋଟୋ ଉଠାଇ ପାକିସ୍ତାନ ପଠାଉଥିଲେ ଯୁବକ; ଧରାପଡିଲା ପରେ କ’ଣ ହେଲା, ଜାଣନ୍ତୁ

ନାସିକ୍: ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଦେଓଲାଲିରେ ଥିବା ସେନା ଅଧିକୃତ ଅଞ୍ଚଳର ଫଟୋ ଉଠାଇ ସେ ଫୋଟୋକୁ ପାକିସ୍ତାନର ହ୍ଵାଟସ୍ ଆପ୍ ଗ୍ରୁପକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ତେବେ ଏହି ବ୍ୟକ୍ତିଙ୍କ ନାମ ସଞ୍ଜୀବ କୁମାର ଏବଂ ସେ  ୨୧ ବର୍ଷ ବୋଲି ଜଣାପଡିଛି । ତେବେ ସଞ୍ଜିବ ତାଙ୍କ ମୋବାଇଲରେ ଫଟୋ ଉଠାଉଥିବା ବେଳେ କିଛି ଯବାନଙ୍କ ଦୃଷ୍ଟିରେ ପଡିଥିଲେ । ଯୁବକ ଜଣଙ୍କ ଦେଓଲାଲି କ୍ୟାମ୍ପରେ ଥିବା ମିଲିଟାରୀ ହସପିଟାଲ, ସ୍କୁଲ ଅଫ୍ ଆର୍ଟିଲେରି, ଆର୍ଟିଲେରି ସେଣ୍ଟର ଏବଂ କମ୍ବିଟ୍ ଆର୍ମି ଆଭିଏସନ୍ ଟ୍ରେନିଂ ସ୍କୁଲ୍ ଭଳି ସ୍ଥାନ ଗୁଡିକର ଫୋଟୋ ଉଠାଉଥିଲେ । ଏହିସବୁ ସ୍ଥାନରେ ଫଟୋଗ୍ରାଫି କିମ୍ବା ଭିଡିଓ ସୁଟିଂ ପାଇଁ କଡା ନିଷେଧ ଜାରି ହୋଇଛି ।

ଯବାନ ମାନେ ତାଙ୍କ ଠାରୁ ମୋବାଇଲ ଫୋନ ଜବତ କରିଥିଲେ ଏବଂ ପରେ ଜାଣିବାକୁ ପାଇଥିଲେ ଯେ ସେ ଏହି ଫଟୋଗୁଡ଼ିକୁ ସେ ପାକିସ୍ତାନର ଏକ ହ୍ଵାଟସଆପ ଗ୍ରୁପକୁ ପଠାଇଛନ୍ତି।

ଜଣେ ସେନା ଅଧିକାରୀଙ୍କ ଅଭିଯୋଗ ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଭିଯୁକ୍ତ ଜଣଙ୍କ ବିହାରର ଗୋପାଳଗଞ୍ଜ ଜିଲ୍ଲାର ମୂଳ ବାସିନ୍ଦା ଏବଂ ସାମରିକ ଅଞ୍ଚଳରେ ଏକ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବରେ କାର୍ଯ୍ୟ କରିଥିଲେ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.