Latest Odisha News

BREAKING NEWS

ସଂଜୟ ଦତ୍ତଙ୍କ ଭାଇରାଲ ଫଟୋ, କେତେ ସତ ?

ମୁମ୍ବାଇ: ସୋସିଆଲ୍ ମିଡିଆରେ ସଂଜୟ ଦତ୍ତଙ୍କର ଏକ ଫଟୋ ଭାଇରାଲ ହୋଇଛି । ଫଟୋକୁ ନେଇ ଚର୍ଚ୍ଚା ଯେତିକି ଜୋର ଧରିଛି, ତାଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଲୁକ୍ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ କେତେ ରହିଛି ସତ୍ୟତା ?

କିଛି ଦିନ ପବର୍ମରୁ ସଂଜୟ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ଥିବା କଥା ସାମ୍ନାକୁ ଆସିଥିଲା । ଆମେରିକା ଓ ମାଲେସିଆ ଯାଇ ସେ ଚିକିତ୍ସା କରିବା ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ମୁମ୍ବାଇର ଏକ ନାମି ହସ୍ପିଟାଲରେ ବି ସେ ଚିକିତ୍ସିତ ହେଉଥିଲେ । ହେଲେ ଏହି ଫଟୋଟି ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ ତଥା ଅନେକ ସେଲିବ୍ରିଟିଙ୍କୁ ଚିନ୍ତାରେ ପକାଇଛି ।

ଏହି ଫଟୋରେ ସଂଜୟ ଖୁବ ଦୁର୍ବଳ ଦେଖାଯାଉଛନ୍ତି । ଗାଲ ଶୁଖିଯାଇଥିଲାବେଳେ ବ୍ଲୁ ଟି-ସାର୍ଟ, ଡାର୍କ ବ୍ଲୁ କାର୍ଗୋ ଓ ଏକ ଧଳା ସ୍ନିକର ପିନ୍ଧିଥିବା ସଂଜୟ ଏକ ସ୍ଲିଙ୍ଗ୍ ବ୍ୟାଗ ଧରିଥିବା ନଜର ଆସିଛନ୍ତି । ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ କ୍ୟାନ୍ସର ଚିକିତ୍ସା ପର୍ଯ୍ୟାୟରେ ସଂଜୁ ବାବା ଅତ୍ୟଧିକ ଦୁର୍ବଳ ହୋଇପଡିଛନ୍ତି । ଅନେକ ଲୋକ ଏହି ଫଟୋଟିକୁ ବିଶ୍ୱାସ କରୁନଥିଲାବେଳେ ସେଲିବ୍ରିଟି ବନ୍ଧୁମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ହେବା ପରେ କେଜିଏଫ୍‌-୨ର ଅଧିକାଂଶ କାମ ସଂଜୁ ବାବା ସାରିଦେଇଥିବା ଜଣାପଡିଛି । ଅନ୍ୟପଟେ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ ଖଳନାୟକ ରିଟର୍ଣ୍ଣସ କିନ୍ତୁ ଅଧାରେ ଝୁଲି ରହିଛି । ଭେଟେରାନ୍ ଫିଲ୍ମ ମେକର ସୁଭାଷ ଘାଇଙ୍କ ଅନୁଯାୟୀ ସଂଜୟ ଦତ୍ତ ଚିକିତ୍ସା ସାରି ଫେରିଲା ପରେ ହିଁ ପ୍ରୋଜେକ୍ଟ ଆରମ୍ଭ ହେବ ।

Leave A Reply

Your email address will not be published.