Latest Odisha News

BREAKING NEWS

କାର୍‌ପେଣ୍ଟର୍‌ ବନିଲେ ଅଭିନେତ୍ରୀ ‌ନୁସ୍‌ରତ

ନୂଆଦିଲ୍ଲୀ: ‘ଜୟ ସନ୍ତେଷୀ ମା’ ଚଳଚ୍ଚିତ୍ରରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ନୁସ୍‌ରତ ଭରୁଚା ତାଙ୍କ ଅଭିନୟ ହେତୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ‘ପ୍ୟାର କା ପଞ୍ଚନାମା’ ଚଳଚ୍ଚିତ୍ର ସହିତ ଯୁବପିଢିଙ୍କ ହୃଦୟରେ ଜାଗା ବନେଇଥିବା ନୁସ୍‌ରତ ନିଜ ଲୁକ୍‌କାୟିତ ପ୍ରତିଭା ପାଇଁ ପୁଣି ଥରେ ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି।

ବାସ୍ତବରେ ନୁସ୍‌ରତ ଭରୁଚା ନିଜର ଆସବାବପତ୍ର ତିଆରି କରୁଥିବା ନଜର ଆସିଛନ୍ତି ଏବଂ ଏହି ସଫଳତା ପାଇଁ ସେ ବହୁତ ଖୁସି ଥିବା ମଧ୍ୟ ଜଣାପଡୁଛନ୍ତି।

ନୁସ୍‌ରତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର୍‌ କରିଛନ୍ତି, ଯେଉଁଥିରେ ସେ ନିଜେ ଘରର ଆସବାବପତ୍ର ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସେ ଏହାର କ୍ୟାପସନ୍ ଦେଇ ଲେଖିଛନ୍ତି, “ସର୍ତ୍ତ ଲଗାଉଛନ୍ତି କି ମୁଁ ନିଜେ ନିଜ ପାଇଁ ଆସବାବପତ୍ର ତିଆରି କରେ? ଏହା ସେହି ସ୍ଥାନ ଯାହାକୁ ମୁଁ ଘର କହେ।

ନୁସ୍‌ରତଙ୍କ ଏହି ଭିଡିଓ ଦେଖି ଲୋକମାନେ ତାଙ୍କୁ ଅତି ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି।

ଅନେକ ସେଲିବ୍ରିଟି ମଧ୍ୟ ନୁସରତଙ୍କ ଏହି ପ୍ରତିଭାକୁ ବେଶ୍‌ ପ୍ରଶଂସା କରିଛନ୍ତି। ଅଭିନେତ୍ରୀ ନୁସ୍‌ରତ ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଛଲାଙ୍ଗ୍‌’ରେ ନଜର ଆସିବେ।

Comments are closed.