Latest Odisha News

ଯୌନ ଶୋଷଣ: ସେଲଟର୍ ହୋମ ଏମଡ଼ିଙ୍କୁ ପୁଣି ରିମାଣ୍ଡରେ ନେଲେ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଏକ ସେଲଟର୍ ହୋମରେ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହୋଇଥିବା ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ଏନଜିଓର ଏମଡ଼ି ଫୟାଜ୍ ଅହମ୍ମଦଙ୍କୁ ପୁଣି ୨ଦିନିଆ ରିମାଣ୍ଡରେ ନେଇଛନ୍ତି ସଦର ପୋଲିସ ।

ପୂର୍ବରୁ ଅଧିକ ଦୁଇ ଦିନିଆ ରିମାଣ୍ଡର ଅବଧି ପୂରଣ ହେବା ପରେ ଢେଙ୍କାନାଳ ପୋଲିସ ରେହମାନଙ୍କୁ ବୁଧବାର ଦିନ ୫ଟା ବେେଳେ ପୋସ୍କୋ ଅଦାଲତରେ ହାଜର କରାଇଥିଲେ । ଯେହେତୁ ବର୍ତ୍ତମାନ ଏହି ମାମଲା ଦଦନ୍ତ ପରିସରରେ ରହିଛି ତେଣୁ ଏନଜିଓ ଏମଡ଼ିଙ୍କୁ ପୋଲିସ ଅଧିକ ୩ ଦିନ ରିମାଣ୍ଡରେ ନେବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ । ମାତ୍ର ଅଦାଲତ ଢେଙ୍କାନାଳ ପୋଲିସକୁ ୨ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଢେଙ୍କାନାଳ ଏସପି ସନ୍ତୋଷ ନାୟକ କହିଛନ୍ତି, ପୂର୍ବରୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଏହି ଘଟଣା ସମ୍ପର୍କରେ ପୋଲିସ ରେହମାନଙ୍କଠୁଁ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ କରିପାରିଛି । “ ପୋଲିସ ଅଭିଯୁକ୍ତମାନଙ୍କଠାରୁ ଏହି ଘଟଣାରେ ଆହୁରି ଅଧିକ ତଥ୍ୟ ପାଇପାରିବ ଯଦି, ଅନ୍ୟ ଅଭିଯୁକ୍ତ ତଥା ସେଲଟର୍ ହୋମର ନିର୍ଦ୍ଦେଶକ ସୀମାଞ୍ଚଳ ନାୟକ ଏବଂ ସହ-ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯାଇପାରିବ ।”

ଢେଙ୍କାନାଳ ଏସପି ବୁଧବାର ଦିନ ଢେଙ୍କାନାଳ ଜେଲ ମଧ୍ୟରେ ସୀମାଞ୍ଚଳ ନାୟକଙ୍କୁ ପଚରାଉଚରା କରିଛନ୍ତି ।

ତେବେ ସେଲଟର୍ ହୋମରେ ଥିବା ୧୧ ଜଣ ନାବାଳିକାଙ୍କ ନିଖୋଜ ନେଇ ଏକ ପ୍ରଶ୍ନର ଉତ୍ତରରେ ଏସପି କହିଛନ୍ତି, ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶାରେ ଅଛନ୍ତି ବୋଲି ସୂଚନା ମିଳିଥିଲେ ମଧ୍ୟ ଅନ୍ୟ ଜଣକଙ୍କୁ ପୋଲିସ ଠାବ କରିବାକୁ ଚେଷ୍ଟା କରୁଛି ।

Comments are closed.