Latest Odisha News

BREAKING NEWS

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା କାରବାର ଭଳି ସଙ୍ଗୀନ ଅଭିଯୋଗ ।

ନିକଟରେ ସାଇବରାବାଦ ପୋଲିସ ହାଇଦ୍ରାବାଦର ଗଗନପାହାଡରେ ଥିବା ସଚ୍ଚିନଙ୍କ ଗୁଟୁଖା ଫ୍ୟାକ୍ଟ୍ରିରେ ଛାପା ମାରିଥିଲା । ଧରପଗଡରେ ୧.୨୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବ୍ରାଣ୍ଡର ଗୁଟଖା, କଂଚା ମାଲ ଓ ମେସିନାରୀକୁ ପୋଲିସ ଜବତ କରିଥିଲା ।

ଜଣେ ବ୍ୟବସାୟୀ ସଚ୍ଚିନଙ୍କ ବିରୋଧରେ ଆଣିଛନ୍ତି ଟ୍ରେଡମାର୍କ ଆକ୍ଟରେ ଠକେଇ ଅଭିଯୋଗ । ପୋଲିସ ରିପୋର୍ଟ ଅନୁଯାୟୀ ସଚ୍ଚିନ ଓ ତାଙ୍କ ବାପା ଜେ.ଏମ ଜୋଶୀ ଗୋଆ ପାନମସଲାର ମାଲିକାନା ରହିଛି । ହେଲେ ସାରା ଦେଶରେ ସେ ମାନିକଚାନ୍ଦର ଟ୍ରେଡମାର୍କ ବ୍ୟବହାର କରି ବେଆଇନ ଭାବେ ବ୍ୟବସାୟ ଚଳାଇଥିଲେ ।

୫ଟି ତେଲୁଗୁ ଫିଲ୍ମ ଓ ଏକାଧିକ ବଲିଉଡ ମୁଭିରେ ନଜର ଆସିଥିବା ସଚ୍ଚିନଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ବେଆଇନ ଗୁଟଖା କାରବାର ମାମଲାରେ ଦୁଇଦୁଇଟି ଥାନାରେ ତାଙ୍କ ନାଁରେ ପୃଥକ ମାମଲା ଦାୟର ହୋଇଛି । ତେବେ ଏ ପର୍ଯ୍ୟନ୍ତ ସେ ଥାନାରେ ହାଜର ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.