Latest Odisha News

BREAKING NEWS

ଡିସେମ୍ବର ୭ରୁ ଏୟାର ଏସିଆର ଭୁବନେଶ୍ୱର-ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ‘ଏୟାର ଏସିଆ’ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏହି ସେବା ସପ୍ତାହକୁ ୩ଦିନ ଉପଲବ୍ଧ ହେଉଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ଟିକେଟ୍ ମୂଲ୍ୟ ୨ହଜାର ୯୯୯ ଟଙ୍କାରେ ଆରମ୍ଭ ହେଉଥିବା ଜଣାପଡିଛି ।

ଏହି ବିମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିନ ୧୨ଟା ୨୫ମି. ବେଳେ ଟେକ୍ ଅଫ୍ କରି ପାଖାପାଖି ୨ଘଣ୍ଟା ୩୫ମିନିଟ ଯାତ୍ରା ପରେ ଥାଇଲାଣ୍ଡର ରାଜଧାନୀରେ ପହଞ୍ଚିବ ।

ଅନ୍ୟପକ୍ଷରେ ‘ଏୟାର ଇଣ୍ଡିଆ’ ପକ୍ଷରୁ ମଧ୍ୟ ଏହି ଦୁଇ ସହର ମଧ୍ୟରେ ସିଧାସଳଖ ବିମାନ ଉଡାଣ ସେବା ଜାରି ରହିଛି ।

ଆହୁରି ମଧ୍ୟ ‘ଏୟାର ଏସିଆ’ ପକ୍ଷରୁ ଭୁବନେଶ୍ୱର ଓ କ୍ୱାଲାମ୍ପପୁର, ମାଲେସିଆକୁ ସିଧାସଳଖ ବିମାନ ଉଡାଣ ସେବା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.