Latest Odisha News

BREAKING NEWS

ବସ୍-ବୋଲେରୋ ଧକ୍କାରେ ୭ ମୃତ ଓ ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ନବରାତ୍ରିରେ ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୨ ଜଣ । ଆଜି ଭୋରରୁ ପିଲଭିଟ ଜିଲ୍ଲା ପୁରନପୁରରେ ଏହି ଦୁର୍ଘଟଣା ହୋଇଛି ।

ଲକ୍ଷ୍ନୌର ବସଟି ଯାତ୍ରୀଙ୍କୁ ନେଇ ପିଲଭିଟ୍ ଅଭିମୁଖେ ଯାଉଥିଲା । ଏତିକିବେଳେ ପୁରନପୁର ନିକଟରେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍ ।

ପୋଲିସ ଓ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.