Latest Odisha News

BREAKING NEWS

କଙ୍ଗନା ରଣାୱତଙ୍କୁ ଓଡିଶା ଆଇନଜୀବୀଙ୍କ ଦୁଷ୍କର୍ମ ଧମକ!

ଭୁବନେଶ୍ୱର: ନିଜ ବୟାନ ପାଇଁ ସବୁବେଳେ ବିବାଦ ଘେରରେ ରହୁଥିବା ବିବାଦୀୟ କୁଇନ୍ କଙ୍ଗନା ରଣାୱତଙ୍କୁ ଜଣେ ଆଇନଜୀବୀ ଦୁଷ୍କର୍ମ ଧମକ ଦେଇଥିବା ନେଇ ଚର୍ଚ୍ଚା ହେଉଛି ।

ସୂଚନାନୁଯାୟୀ ନବରାତ୍ରୀ ଅବସରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯାହା ପରେ ୟୁଜର୍ସ ମାନେ ଉକ୍ତ ପୋଷ୍ଟକୁ ଲାଇକ୍ କରିବା ସହ କେହି କେହି କମେଣ୍ଟ ମଧ୍ୟ କରିଥିଲେ ।

ହେଲେ ସେହି କମେଣ୍ଟ ଗୁଡିକ ମଧ୍ୟରେ ଜଣେ ଆଡଭୋକେଟ୍ ମେହିନ୍ଦି ରେଜା ନାମକ ଜଣେ ଆଇନଜୀବୀ କଙ୍ଗନାଙ୍କୁ ଦୁଷ୍କର୍ମ କରିବା ଭଳି ଏକ କମେଣ୍ଟ ଲେଖିଥିଲେ ।

ଉକ୍ତ କମେଣ୍ଟକୁ ତର୍କବିତର୍କ ହେବା ପରେ କିଛି ସମୟ ପରେ ଆଇନଜୀବୀ ମେହେନ୍ଦି ଆଉ ଏକ ପୋଷ୍ଟ କରି ଲେଖିଛନ୍ତି ଯେ “ମୋ’ର ଫେସବୁକ୍ ଆଇଡି ହ୍ୟାକ୍ କରାଯାଇଥିଲା । ଆଉ କିଛି ଅପମାନଜନକ ପୋଷ୍ଟ ମଧ୍ୟ କରାଯାଇଛି । ମୁଁ ଏଥିପାଇଁ କ୍ଷମା ମାଗୁଛି ଏବଂ ଯଦି କାହାର ଭାବନାକୁ ଆଘାତ ଲାଗିଥାଏ ତେବେ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ।”

Leave A Reply

Your email address will not be published.