Latest Odisha News

ଏଣିକି ପେଟିଏମ୍‌ ବି ଆଣିବ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ପେଟିଏମ୍ ଖୁବ୍‌ ଶୀଘ୍ର କ୍ରେଡିଟ୍ କାର୍ଡ ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ପେଟିଏମ୍ କାର୍ଡ ପ୍ରଦାନ କରୁଥିବା ବିଭିନ୍ନ କମ୍ପାନୀର ସହଭାଗୀତା ମାଧ୍ୟମରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ ଲଞ୍ଚ କରିବ। ଆସନ୍ତା ଏକରୁ ଦେଢ ବର୍ଷରେ ପେଟିଏମ୍ ୨୦ ଲକ୍ଷ କାର୍ଡ ଲଞ୍ଚ୍‌ କରିବାକୁ ଲକ୍ଷ ରଖିଛି।

ପେଟିଏମ୍ ଲେଣ୍ଡିଂ ସିଇଓ ଭବେଶ ଗୁପ୍ତା କହିଛନ୍ତି ଯେ ଭାରତ ଭଳି ଦେଶରେ କ୍ରେଡିଟ କାର୍ଡ ଧନୀ ଲୋକଙ୍କ ବ୍ୟବହୃତ ଜିନିଷ ବୋଲି ବିବେଚନା କରାଯାଏ। କିନ୍ତୁ ଆମେ ଏପରି ଏକ କ୍ରେଡିଟ୍ କାର୍ଡ ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ବିଶେଷ କରି ଯୁବପିଢିଙ୍କ ଆବଶ୍ୟକତା ପୂରଣ କରିବ ଏବଂ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ହେଉଥିବା ନକଲି ଟ୍ରାନ୍‌‌ଜାକ୍ସନ୍‌ ଉପରେ ବୀମା ସୁରକ୍ଷା ମଧ୍ୟ ପ୍ରଦାନ କରିବ।

 

Leave A Reply

Your email address will not be published.