Latest Odisha News

BREAKING NEWS

ଢେଙ୍କାନାଳରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରିବା ଘଟଣାରେ ଆଜି ଉତ୍ତେଜିତ ସ୍ଥାନୀୟ ଲୋକମାନେ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଛନ୍ତି ।

ମୃତ ମହିଳାଙ୍କ ନାମ ନିରୁପମା ବିଶ୍ୱାଳ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ନିରୁପମା ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏହି ସମୟରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଶୁଣ୍ଡରେ ଉଠାଇ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନେକ ସମୟ ଧରି ନିରୁପମା ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା ବେଳେ ଘରଠାରୁ ଅନତି ଦୂରରେ ତାଙ୍କ ମୃତଦେହ ପଡିଥିବା ନେଇ ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଏହି ଘଟଣାରେ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିଥିବାବେଳେ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିବା ନେଇ ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.