Latest Odisha News

BREAKING NEWS

ମୁମ୍ବାଇର ବିଜୟଧାରା ଜାରି, ଚିନ୍ତାରେ ଦିଲ୍ଲୀ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରି କରିଛି । ଶନିବାର ମୁମ୍ବାଇ ୯ ୱିକେଟରେ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି । ମୁମ୍ବାଇ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଦିଲ୍ଲୀର ଚିନ୍ତା ବଢ଼ାଇଛି । ମୁମ୍ବାଇ ୧୧୧ ରନର ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ମୁମ୍ବାଇର ଓପନର ଈଶାନ କିଷନ ଅପରାଜିତ ୭୨ ରନ୍ କରିଥିଲେ । ସେ ୪୭ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ । କ୍ୱିଣ୍ଟନ୍ ଡି କକ୍ ୨୮ଟି ବଲ ଖେଳି ୨୬ ରନ୍ କରିଥିଲେ ।

ଟସ୍ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଖେଳୁଥିବା ଦିଲ୍ଲୀ ଟିମ୍ ୨୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୧୧୦ ରନ୍ କରିଥିଲା ।  ଆୟର (୨୫ ରନ୍, ୨୯ ବଲ, ୧ ଚୌକା, ୧ ଛକା) ଓ ଋଷଭ ପନ୍ତ (୨୧ ରନ୍, ୨୪ ବଲ, ୨ ଚୌକା) ତୃତୀୟ ଓ୍ଵିକେଟ ପାଇଁ ୩୫ ରନର ଭାଗିଦାରୀ ହୋଇପାରିଥିଲେ । ସିମରନ୍ ହେଟମେୟର ୧୧ ରନ୍, ରବିଚନ୍ଦ୍ରନ ଅଶ୍ୱିନ ୧୨ ରନ୍ ଓ କାଗିସୋ ରାବାଡା ୧୨ ରନ୍ ସଂଗ୍ରହ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍ ଲେଖାଏଁ ନେଇଥିଲେ ।

Leave A Reply

Your email address will not be published.